କାଳଜୟୀ ପ୍ରିୟଙ୍କା ରାଣୀଙ୍କ ସ୍ମୃତିଚାରଣ ସଭା।
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): କାଡାଭାରିକ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଜୀବନର ଅନ୍ତିମ ମୂହୁର୍ତ୍ତରେ ନିଜର କିଡନୀ ଦାନ କରି ଓଡିଶା ଚିକିତ୍ସା ବିଜ୍ଞାନରେ ନୂଆ ଅଧ୍ଯାୟ ସୃଷ୍ଟି କରିପାରିଥିବା କାଳଜୟୀ ପ୍ରିୟଙ୍କା ରାଣୀ ରାଜୁଙ୍କ ଏକ ସ୍ମୃତିଚାରଣ ସଭା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି କଳିଙ୍ଗ ବୈଶ୍ୟ ଭବନ ପରିସରରେ ନାରାୟଣ ସୁବୁଦ୍ଧିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମହାସଂଘ ସମ୍ପାଦକ ବି.ରାମ ନାରାୟଣ ମୂଖ୍ଯ ଅତିଥି ଏବଂ ମହିଳା ସଂଘ ସଭାନେତ୍ରୀ ପି.ଉଷାରାଣୀ,ଅଞ୍ଚଳ ସମ୍ପାଦକ ଇ.ମାଲେଶ୍ବର, ସଭ୍ୟ ବି.କ୍ରିଷ୍ଣାରାଓ ସୁବୁଦ୍ଧି, ଜହଲାଲ ପାତ୍ର, ଲକ୍ଷ୍ମୀ ନାରାୟଣ ସୁବୁଦ୍ଧି, ବି.ତ୍ରିପତି, ଚିଞ୍ଚି ଲକ୍ଷ୍ମୀ ପାତ୍ର, ଇ.ସିମାଦ୍ରି ପାତ୍ର, ଭି.ଧର୍ମାରାଜୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଆରମ୍ଭରେ ପ୍ରିୟଙ୍କାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକମିନିଟ ନୀରବ ପ୍ରାର୍ଥନା କରାଯିବା ସହ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କୋମା ଅବସ୍ଥାକୁ ଚାଲିଯାଇଥିବା ପ୍ରିୟଙ୍କାଙ୍କ କିଡନୀ ଦାନ ପାଇଁ ରାଜୁ ପରିବାରର ନିଷ୍ପତ୍ତି ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ।


