କାଳନ୍ଦୀକୂଳ ସାତଗଡ଼ ବାସୁଦେବ ଭାଗବତ ଗାଦି ମେଳଣ ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପ୍ରାଚୀ ଉପତ୍ୟକା କାଳନ୍ଦୀକୂଳ ସାତ ଗଡ଼ ର ବାସୁଦେବ ଭାଗବତ ଠାକୁର ଙ୍କ ମେଳଣ ଆରମ୍ଭ ହୋଇଛି। ପ୍ରାଚୀ ଉପତ୍ୟକାର ବନମାଳୀପୁର ଠାରେ ପୂଜା ପାଉଥିବା ଭାଗବତ ଗାଦି ଠାକୁରଙ୍କୁ କାଳନ୍ଦୀକୂଳ ସାତଗଡ଼ର ଭକ୍ତ ମାନେ ସୁସଜ୍ଜିତ ବିମାନ ରେ ବସାଇ ଗଜାବର,ତଇଲା,ପିତାପଡ଼ା, ମୋଟିଆଁ, ଭଇଞ୍ଚିଗୋରଡି, ନୂଆଗାଁ, ତୁଳସୀପୁର, ଛଣିଜଙ୍ଗ, ଆଇଁଶିମୂଳ,
ଦଣ୍ଡିକିରା, ଚିତଉଢ଼ିପ, ବାରିମୂଳ ପ୍ରଭୃତି ଗାଁ ମାନଙ୍କରେ ଦ୍ୱାରୀ ଓ ବସା ଭୋଗ ଖୁଆଇ ଶୁକ୍ରବାର ସଂଧ୍ୟା ରେ ତୁଳସୀପୁର ମେଳଣ ପଡ଼ିଆ ଠାରେ ପହଞ୍ଚି ଠାକୁର ଙ୍କୁ ମଣ୍ଡପ ରେ ବସାଇଥିଲେ। ଶୁକ୍ରବାର ରାତି ରେ ମେଳଣ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡାନାଚ ଅନୁଷ୍ଠିତ ହୋଇଥିଲା। କାଳନ୍ଦୀକୂଳ ସାତଗଡ଼ର ସଭାପତି ବିଜୟ ମଲ୍ଲିକ ଓ ସଂପାଦକ ଆଶିଷ ମଲ୍ଲିକଙ୍କ ତତ୍ୱାବଧାନରେ ଉକ୍ତ ବାସୁଦେବ ଗାଦି ଠାକୁର ଙ୍କ ମେଳଣ ଅନୁଷ୍ଠିତ ହେଉଛି। ମେଳଣ ପଡ଼ିଆ ଠାରେ ଶହ ଶହ ଲୋକ ଏକତ୍ରିତ ହୋଇ ଠାକୁର ଙ୍କୁ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଏହି ଅବସର ରେ ମେଳଣ ପଡ଼ିଆ ଠାରେ ଏକ ସଭା ସଭାପତି ବିଜୟ କୁମାର ମଲ୍ଲିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଥିଲା। ଏହି ସଭା ରେ କଂଗେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତ ରାୟ, ସମାଜସେବୀ ପ୍ରକାଶ ସାହୁ, ଅରକ୍ଷିତ ଭୋଇ, ସମିତି ସଭ୍ୟ କେଦାର ନାଥ ବେହେରା ପ୍ରମୁଖ ଯୋଗ ଦେଇ ଏହି ମେଳଣ କାହିଁ କେତେ କାଳରୁ ଚାଲି ଆସିଥିବା ପ୍ରକାଶ କରିବା ସହିତ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ କାଳନ୍ଦୀ କୁଳ ସାତଗଡ଼ ବଞ୍ଚାଇ ରଖିଥିବାରୁ
ଆୟୋଜକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ