କାଳବୈଶାଖିରେ ଉପୁଡିଲା ଗଛ, ଗଛକାଟି ରାସ୍ତା ପରିସ୍କାର କଲା ଅଗ୍ନିଶମ ବିଭାଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ଭୋର ସମୟରେ ହାଟଡିହି ହାଟଡିହି ବ୍ଲକ ଅଞ୍ଚଳରେ କାଳବୈଶାଖି ଘଟି ଅନେକ ସ୍ଥାନରେ ଗଛପତ୍ର ଭାଙ୍ଗି ପଡିଥିବାବେଳେ ଅନେକ ଚାଳଛପର ଘର ଉଡି ଯାଇଥିବା ଜଣାଯାଇଛି । ଆଜି ୫ଟା ସମୟରେ ହଠାତ ପ୍ରବଳ ବେଗରେ ପବନ ବହିବା ଘଣ୍ଟାଏ କାଳ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା । ଏଥିରେ ହାଟଡିହି, ଶାସଙ୍ଗ, ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ସମଣା, ହଦଗଡ, ଓରାଳି, ଶାଳଣିଆଁ, ଗେଡମା, ଡଅଁର ପ୍ରଭୃତି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଅନେକ ଲୋକଙ୍କ ଚାଳଘର ଉଡି ଯାଇଥିବାବେଳେ କେତେକ ସ୍ଥାନରେ ଛୋଟ ବଡ ଗଛ ମାନ ଭାଙ୍ଗି ପଡିଛି । କରଗୋଳା ଗ୍ରାମରେ ବାତ୍ୟା ଆଶୟସ୍ଥଳୀ ନିକଟରେ ଥିବା ଦେଢ଼ଶହ ବର୍ଷର ଏକ ବିରାଟ ବରଗଛ ସମ୍ପୁର୍ଣ୍ଣ ଉପୁଡି ପଡିଥିଲା । ଯାହାଦ୍ୱାରାକି ଗାଁକୁ ଯାତାୟତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏନେଇ ଗ୍ରାମବାସୀ ମାନେ ଅଘ୍ନିଶମ ବିଭାଗକୁ ଜଣାଇବା ପରେ ହାଟଡିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗ୍ରାମରବାଦଲ କୁମାର ସାହୁ, ଶ୍ରୀକାନ୍ତ ସାହୁ, ବିଜୟ କୁମାର ସାହୁ, ସୁଶାନ୍ତ ସାହୁ, ଭେଳା ମହାରଣା, କ୍ଷୀରୋଦ ସାହୁ, ଜଗବନ୍ଧୁ ଜେନା, ଅଲେଖ ଜେନା, ଦୈତାରୀ ସାହୁ, ଶଙ୍କର୍ଷଣ ସାହୁ, କ୍ଷେତ୍ରମଣି ପଣ୍ଡା, ହାବିଲ ଖଟୁଆ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ଗଛଟିକୁ କାଟି ସଫା କରିବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।


