କାଳବୈଶାଖିର ତାଣ୍ଡବ : ବାଲିବରେଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି
ହାଟଡିହି, (ବିକାଶ ବିଶ୍ୱାଳ) :କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ଅଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖିର ତାଣ୍ଡବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ଯାଇଛି । ଆଜି ଅପରାହ୍ନରେ ପ୍ରବଳ ବେଗରେ ପବନ ବହିବା ଦ୍ୱାରା ଅନେକ ଗଛ ଭାଙ୍ଗିପଡିବା ସହିତ ଅନେକ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଛି । ବାଲିବରେଇ ପଞ୍ଚାୟତ ର ସମିତିସଭ୍ୟ ଦମୟନ୍ତୀ ଜେନାଙ୍କ ଘର ଉପରେ ଏକ ବିରାଟ ଗଛ ଭାଙ୍ଗି ପଡିଥିବାବେଳେ ତାମୁଳିଆ ସାହିର ଦୁଇଜଣଙ୍କ ଘର ଉପରେ ଗଛ ଭାଙ୍ଗି ପଡିଛି । ସେହି ପରି ମମତାଗଡିଆ ସାହିରରେ କ୍ଲବ ପିଲାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା କ୍ଲବ ଘରଟି ମଧ୍ୟ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି । ଖବରପାଇ ହାଟଡିହି ଅଗ୍ନିଶମ ବାହିନୀ ପହଞ୍ଚି ଘର ଉପରେ ପଡିଥିବା ଗଛ ଗୁଡିକୁ କାଟି ସଫା କରିଥିବା ଜଣାଯାଇଛି ।