କାଳବୈଶାଖି ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ଗଛ ପଡ଼ି ଜାତୀୟ ରାଜପଥ ଅବରୋଧ

ହିଂଜିଳିକାଟୁ(ଶେଷଦେବ ସାହୁ): ସୋମବାର ଦିନ ତମାମ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ରାତ୍ର ପ୍ରାୟ ୮ ଟାରେ ମାଡ଼ି ଆସିଥିଲା କାଳବୈଶାଖି । କାଳବୈଶାଖି ପ୍ରଭାବରେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ଯାହା ଫଳରେ ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ତ୍ରାହି ମିଳିଥିଲା । ପବନ ପ୍ରଭାବରେ ୫୯ ନଂ ଜାତୀୟ ରାଜପଥ ହିଂଜିଳି ଥାନା ଶ୍ୟାମଳାଇ- ହିଂଜିଳିକାଟୁ ମଧ୍ୟବର୍ତି ରାସ୍ତାରେ ବଡ଼ବଡ଼ କେତୋଟି ଗଛ ପଡ଼ିଯିବାରୁ ରାସ୍ତା ଅବରୋଧ ହୋଇଯାଇଥିଲା । ଫଳରେ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା ।ଏପରିକି ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଓ ୧୦୨ ଆମ୍ବୁଲାନ୍ସ ଅଟକ ରହିଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ୧ ଘଂଟା ପରେ ଖବର ପାଇ ହିଂଜିଳି ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପଂହଚି ଗଛ କାଟି ଜାତୀୟ ରାଜପଥ ଉପରୁ ଗଛ ହଟାଇବା ପରେ ଯାନବାହାନ ଚଳାଚଳ ସମ୍ବବପର ହୋଇପାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ