କାଳବୈଶାଖି ରେ ଆମ୍ବଗଡିଆ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜି ଅପରାହ୍ନରେ କାଳବୈଶାଖି ଘଟି ଆମ୍ବଗଡିଆ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଗଛପତ୍ର ଭାଙ୍ଗି ପଡିଥିବାବେଳେ ଅନେକ ଲୋକଙ୍କ ଆଜବେଷ୍ଟସ ଓ ଚାଳ ଛପର ଉଡିଯାଇଛି । ଗତ ୧୧ଦିନ ତଳେ ବିଦୁ୍ୟତ ଆଘାତରେ ମୃତୁ୍ୟବରଣ କରିଥିବା ମହିଳାଙ୍କ ଆଜି ଏକାଦଶାହ କ୍ରୀୟା ଚାଲିଥିବାବେଳେ ଭୋଜିଭାତ ପାଇଁ ମରାଯାଇଥିବା ଟେଣ୍ଟ ସମ୍ପୁର୍ଣ୍ଣ ଭାଙ୍ଗିପଡି ମାଟିରେ ପଡିଥିବାବେଳେ ରତିକାନ୍ତ ଯେନାଙ୍କ ଘରର ସମ୍ପୁର୍ଣ୍ଣ ଆଜବେଷ୍ଟସ ଉଡିଯାଇ ବିଲରେ ପଡିଛି । ସେହିପରି ସଞ୍ଜୁଲତା ଯେନାଙ୍କ ଟିଣ କର୍କଟ ଉଡି ଯାଇଥିବାବେଳେ ଶଶିକାନ୍ତ ଯେନା, ଗଜେନ୍ଦ୍ର ଯେନା, ଦୁଖା ଯେନା, ଆରତ ଯେନା, ପୁର୍ଣ୍ଣଚନ୍ଦ୍ର ଯେନାଙ୍କ ଚାଳଛପର ଘର ଉଡିଯାଇଛି । ସୋମନାଥ ଯେନାଙ୍କ କେବିନର ଆଜବେଷ୍ଟର ଉଡି ଯାଇଛି । ସେହିପରି ଦଧିବାବନପୁର ଗ୍ରାମରେ ଆଦିକନ୍ଦ ଖଣ୍ଡାଙ୍କ ଘର ଉପରେ ଏକ ପଉଯିଆ ଗଛ ଭାଙ୍ଗିପଡିବାରୁ ତାଙ୍କ ଘରର ସମସ୍ତ ଆଜବେଷ୍ଟସ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏପରିକି ଗଛ ଭାଙ୍ଗିପଡିବା ବେଳେ ପରିବାର ଲୋକେ ଘର ଭିତରେ ତôବାବେଳେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି । ସେହିପରି କୃଷ୍ଣଚନ୍ଦ୍ର ରଣାଙ୍କ ଘର ଉପରେ ଏକ ଆମ୍ବଗଛ ଭାଙ୍ଗି ପଡିଥିବାବେଳେ ଗୋକୁଳି ଜେନାଙ୍କ ଘରର ଚାଳଛପରକୁ ସମ୍ପୁର୍ଣ୍ଣ ଉଡି ଯାଇଛି । ଖବରପାଇ ଆଟଡିହି ଓ ଆନନ୍ଦପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛ ଗୁଡିକୁ କାଟି ସଫା କରିଛନ୍ତି ।