କାଳବୈଶାଖୀରେ ସବୁ ଛାରଖାର

ଗୁଆଲି(ଜୁଗାବ୍ଦ ନ୍ୟୁଜ୍‍): କାଳବୈଶାଖୀ ଘୂର୍ଣ୍ଣିବାତ୍ୟାର ତାଣ୍ଡବରେ ଯୋଡା ବ୍ଲକ୍ ଗୁଆଲି ପଞ୍ଚାୟତ ଗୁଆଲି, ନୁଆଗାଁ, ପୁଣ୍ଡୁଳି ପୋଷି, ଗନ୍ଧଲ ପଦାର ବହୁ ଘରଦ୍ୱାର ଛାଳଛପର ଭାଙ୍ଗିଯାଇଥିବା ବେଳେ ବହୁ ପୁରୁଣା ଓ ବଡ଼ ବଡ଼ ଗଛ ଭାଙ୍ଗି ପଡିଛି । ପବନର ବେଗ ଘଣ୍ଟାକୁ ୧୬୦ରୁ ୧୭୦ କି.ମି. ରହିଥିବା ବେଳେ ରାସ୍ତାଘାଟ ପୁରା ଧୁଳିଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିବା ବେଳେ ଚାହୁଁ ଚାହୁଁ କାହାର ଟାଇଲଛପର, ଆଜବେଷ୍ଟ ଛପର ଉଡିଗଲାଣି ତ କେତେକ ଇଲେକ୍ଟ୍ରି ଖୁଣ୍ଟି ଉପୁଡି ପଡିଥିବା ଫଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇ ଯାଇଥିଲା । ବର୍ଷାର ପ୍ରକପ ସହ ପବନ, ବିଜୁଳି, ବର୍ଷା ଯୋଗୁ ଗୁଆଲି ପଞ୍ଚାୟତକୁ ଥରହର କରି ଦେଇଥିଲା । ଏ ଅଞ୍ଚଳର ଅନେକ ବାସଗୃହ ଗୁଡିକ ଭାଙ୍ଗି ପଡିଥିବା ବେଳେ କେତେକ ସ୍ଥାନରେ ଗଛ ପଡି ରାସ୍ତା ଘାଟ ବନ୍ଦ କରିଦେଇଛି । ଏଥିପ୍ରତି ଦୃଷ୍ଟି ଦେଇ ଉଚ୍ଚକର୍ତ୍ତୃପକ୍ଷ ଅଞ୍ଚଳର କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ