କାଳବୈଶାଖୀ ତାଣ୍ଡବରେ ଉଡ଼ିଲା ଟିଣ ଭାଙ୍ଗିଲା ଗଛ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନାରେ ପାଖାପାଖି ୧୫ ମିନିଟ ଧରି କାଳବୈଶାଖୀ ରଚିଛି ତାଣ୍ଡବଲୀଳା । ବର୍ଷା ପବନରେ ଭାଙ୍ଗିଲା ବଡ଼ ବଡ଼ ଗଛ । ଛିଣ୍ଡିଗଲା ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର । ଏଭଳି କାଳବୈଶାଖୀ ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ମୋହନା ସହର ଛାରଖାର ହୋଇଯାଇଛି । କାଳବୈଶାଖି ପ୍ରଭାବରେ ମୋହନା ଥାନା, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ , ବ୍କକ୍ ରାସ୍ତା, ଅଗ୍ନିଶମ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିବା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟାତ କରିବା ଠପ ହୋଇ ଯାଇଛି । ସେହିପରି ଜାତୀୟ ରାଜପଥ ୩୨୬ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ବିରାଟ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ଗଞ୍ଜାମ- ବ୍ରହ୍ମପୁର ଠାରୁ ରାୟଗଡ଼ା ଜିଲ୍ଲାକୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଯାତ୍ରୀ ମାନେ ବହୁ ସମୟ ଅପେକ୍ଷା କରିବା ପରେ ନିଜେ ଗଛକୁ ରାସ୍ତାରୁ ହଟାଇ ଥିଲେ । ଦୋକାନ ଘରର ଟିଣ ଉଡି ଭାଙ୍ଗି ରାସ୍ତାରେ ପଡ଼ିଥିଲା । ଅନେକ ପରିବାରର ଚାଳ ଛପର ଘର ପବନରେ ଉଡି ଯାଇଛି । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ଘର ଉପରେ ଗଛ ପଡ଼ିଥିଲା । ନିଜେ ଶ୍ରୀ ନାୟକ ଗଛ କାଟି ସଫା କରିଥିଲେ । ପରେ ଅଗ୍ନିଶମ ବିଭାଗ ପହଞ୍ଚି ରାସ୍ତାରେ ପଡିଥିବା ଗଛ ଗୁଡିକୁ କାଟି ସଫା ସୁତୁରା କରିଥିବା ଦେଖିବାକୁ ମିଳିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ