କାଳବୈଶାଖୀ ତାଣ୍ଡବ ଭାଙ୍ଗିଲା ଗଛ ୬ଘଣ୍ଟା ବିଦୁତ କାଟ

ମୋହନା, (ଅଂଶୁମାନ ପଣ୍ଡା):ପ୍ରଚଣ୍ଡ ରୁଦ୍ର ତାପରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳ କିଛିଦିନ ଜଳୁଥିଲା, ମୋହନା ଏବଂ ଆଖପାଖ ଅଞ୍ଚଳ ରେ ଅସହ୍ୟ ତାତି ସାଙ୍ଗ କୁ ରାତ୍ର ସମୟରେ ପ୍ରବଳ ଗୁଳଗୁଳି ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା l ହେଲେ ବୁଧୁବାର ଦିନ ଅଞ୍ଚଳ ରେ କାଳବୈଶାଖୀ ର ତାଣ୍ଡବ ଦେଖିବା ପାଇଁ ମିଳିଥିଲା l ମୋହନା ଅଞ୍ଚଳ ର ବିଭିନ୍ନ ସ୍ଥାନରେ କିଛି ଘଣ୍ଟା ପାଇଁ ପ୍ରବଳ ପବନ ବର୍ଷା ହେବା ଫଳ ରେ ଅଞ୍ଚଳ ର କିଛି ସ୍ଥାନ ରେ କ୍ଷୟକ୍ଷତି ହେଇଥିବା ସୂଚନା ମିଳିଛି, ଗଛ ଡାଳପଡି ବିଦ୍ୟୁତ ସରାବରାହ ବନ୍ଦ ହୋଇପଡ଼ିଥିଲା l ମୋହନା ସହର ଏବଂ ଆଖପାଖ ଅଞ୍ଚଳ ରେ ଦୀର୍ଘ ଘଣ୍ଟା ଧରି ବିଦୁତ କାଟ ହେଇଥିଲା, ମୋହନା ଗ୍ରାମ ରେ ବୁଧୁବାର ରାତି ୧୧ଟାରୁ ବିଦୁତ କାଟ ହେଇଥିଲା ସକାଳ ୬ଟା ସମୟରେ ବିଦ୍ୟୁତ ସରାବରାହ ଠିକ ହୋଇଥିଲା l ଫଳରେ ରାତି ତମାମ ଲୋକେ ଗରମ ରେ ଆଉଟୁ ପାଉଟୁ ହୋଇଥିଲେ l ପ୍ରବଳ ପବନ ହେବା ଫଳରେ ଅନ୍ତରବା କନ୍ୟା ଆଶ୍ରମ ଠାରେ ଏକ ବିରାଟ ମହୁଲ ଗଛ ପଡ଼ି ରାସ୍ତା ଅବରୋଧ ହେଇଥିଲା l ଯାହା ଫଳରେ ପାଞ୍ଚ ଟି ପଞ୍ଚାୟତ କୁ ଗମନା ଗମନ ବନ୍ଦ ହୋଇଯାଇଥିଲା, ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ କୁ ହଟାଇଥିଲା l କିଛି ସ୍ଥାନରେ କଚା ଘର ଭାଙ୍ଗିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ