କାଳବୈଶାଖୀ ନେଇ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ
ତତଲା ତାୱା ରେ ସିଜୁଛି ସାର ଓଡିଶା । ଆଜି ଜିଲ୍ଲା ର କେତେକ ସ୍ଥାନ ରେ କାଳବୈଶାଖୀ ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସର୍ତକ ସୂଚନା ଜାରି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ୧୪ ଟି ଜିଲ୍ଲାର ଜିଲ୍ଲାବାସୀ ଙ୍କୁ ସର୍ତକ ରହିବାକୁ ସୂଚନା ଦିଆଯାଇଛି । ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର, ସୋନପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ଗଜପତି, ରାୟଗଡ଼ା ଏବଂ ନୟାଗଡ଼।