କାଳବୈଶାଖୀ ଯୋଗୁଁ ଏସ୍.ଆର ଇଞ୍ଜିନିୟରିଂ ଏଣ୍ଡ କନ୍ଷ୍ଟ୍ରକସନର କ୍ଷତି
ବାଲେଶ୍ୱର- ଗଣେଶ୍ୱରପୁର ଶିଳ୍ପାଞ୍ଚଳ ଥାନା ଏସ୍.ଆର ଇଞ୍ଜିନିୟରିଂ ଏଣ୍ଡ କନ୍ଷ୍ଟ୍ରକସନ କମ୍ପାନୀର ରବିବାର ଅପରାହ୍ନରେ ପ୍ରବଳ ଝଡ ତୋଫାନ୍ ଯୋଗୁଁ କମ୍ପାନୀର ପାଚେରୀ ଭାଙ୍ଗିବା ସହିତ ଘର ଉପରେ ପଡିଥିବା ଆଜବେଷ୍ଟଗୁଡିକ ପବନରେ ଭାଙ୍ଗି ଯାଇଛି । କମ୍ପାନୀର କର୍ତ୍ତୃପକ୍ଷ ବିନୋଦ କୁମାର ଦାସ ଏ ବିଷୟରେ ସମ୍ପୃକ୍ତ ବୀମା କମ୍ପାନୀକୁ ଅବଗତ କରାଇଛନ୍ତି ।