କାଳିଆକୁ ନେଇ ତେର ଦିନରେ ଅକ୍ଷୟଙ୍କ ଅନଶନ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କର ଜୀବିକାର ଉନ୍ନତି ପାଇଁ ରବି ଓ ଖରିଫରରେ ୧୦ ହଜାର ଲେଖାଏଁ ଦେବାକୁ କହି ପରେ ଏଥିରେ ୬୦ ପ୍ରତିଶତ ହ୍ରାସ କରି ୪ ହଜାର ଲେଖାଏଁ ବର୍ଷକୁ ଦେବାକୁ ଘୋଷଣା କରିବା ଅସତ୍ୟ ରାଜନୀତି ବିରୁଦ୍ଧରେ ଅକ୍ଷୟ କୁମାର ଚଳାଇଥିବା ସତ୍ୟାଗ୍ରହ ଆଜି ୧୩ ଦିନରେ ପହଞ୍ôଚଛି । ଉଭୟ ବିଜେପି, କଂଗ୍ରେସ, ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଏବଂ ଅନ୍ୟାନ୍ୟ ସଂଗଠନର ନେତୃବୃନ୍ଦ ଅକ୍ଷୟ କୁମାରଙ୍କୁ ଭେଟିଲା ପରେ ଆଜି ସଂଗଠନ ପକ୍ଷରୁ ୮ ତାରିଖ ସୁଦ୍ଧା ସରକାର ଶ୍ରୀ କୁମାରଙ୍କ ସହିତ ସକରାତ୍ମକ ଆଲୋଚନା ନକଲେ ଚଳିତମାସ ୯ ତାରିଖରେ ସବିନୟ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ କୁମାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆମେ ପଦଯାତ୍ରାରେ ପେନ୍‌ସନ ପାଇଁ ଭୁବନେଶ୍ୱରର ଦୁଇପଟରୁ ଆସିଲୁ । ଆପଣଙ୍କ ଅର୍ଥମନ୍ତ୍ରୀ ପେନ୍‌ସନ ସଂକ୍ରାନ୍ତରେ କ୍ୟାବିନେଟ ବୈଠକ ହୋଇ ନିଷ୍ପତ୍ତି ହେବ ବୋଲି ପ୍ରତିଶ୍ରୁତି ଦେଇ ବୈଠକ ଡ଼ାକିଲେ । ମାତ୍ର ପରେ ଚାଷୀଙ୍କ ଜୀବନ ମରଣର ସ୍ୱାର୍ଥ ରକ୍ଷାର ଚାଷୀ ପେନ୍‌ସନକୁ ଉପେକ୍ଷା କରି ଆପଣ କାଳିଆ ଯୋଜନା ଘୋଷଣା କଲେ । ଘୋଷଣା ସମୟରେ ଏହା ସବୁଠାରୁ ବଡ଼ ଯୋଜନା, ଭଲ ଯୋଜନା ଓ ଅତ୍ୟନ୍ତ ସ୍ୱଚ୍ଛାତାର ସହ ସମ୍ପାଦନା କରାଯିବ ବୋଲି କହିଥିଲେ । ମାତ୍ର ପରେ ଏଥିରେ ନାନା ଜାଲିଆତି, ବିସଙ୍ଗତି ଧରାପଡ଼ିଲା । ଆପଣ ତିନୋଟି ଘୋଷଣା ଖବରକାଗଜରେ ବ୍ୟାପକ ଭାବରେ କରୁଥିଲେ । କାଳିଆ ଯୋଜନାରେ ୭୦ ଲକ୍ଷ ଚାଷୀ ଉପକୃତ ହେବେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ôଚତ ହେବେନାହିଁ, କାଳିଆକୁ କେହି ବି ଅଟକାଇ ପାରିବେ ନାହିଁ ବୋଲି କହିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଆପଣ ନିଜେ ଏହି ଯୋଜନାକୁ ବିକଳାଙ୍ଗ କରି ଏଥିରୁ ୬୦ ପ୍ରତିଶତ ଅର୍ଥ ହ୍ରାସ କରି ରାଜ୍ୟର ୭୦ ଭାଗ ଚଷା ସମାଜ ସହ ବଚନରେ ଅସତ୍ୟ ହୋଇ ବିଶ୍ୱାସଘାତକ କଲେ । ମୋର ଅନଶନ ଆପଣଙ୍କୁ ନୈତିକ ଭାବରେ ଆପଣଙ୍କର ସତ୍ୟ ବଚନର କାଏମ ରକ୍ଷା ଦାବିରେ । ମୋର ବିଶ୍ୱାସ ଥିଲା ଆପଣ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ହୋଇ ଏ ଦେଶରେ ଗାନ୍ଧୀଙ୍କ ଡ଼ାକରା ସତ୍ୟ ଓ ଅହିଂସା ରାସ୍ତାର ପଥିକ ହୋଇ ଏହି ଯୋଜନାକୁ ପୁନଃ ଚାଲୁ କରିବା ପାଇଁ । ମାତ୍ର ଅନଶନର ୧୩ ଦିନ ପରେ ଆପଣ କିମ୍ବା ଆପଣଙ୍କ ଶାସନତନ୍ତ୍ର ଏ ନେଇ ଆଲୋଚନାକୁ ଠିକଣା ଢଙ୍ଗରେ ଆସୁନାହିଁ । ଗଣମାଧ୍ୟମ ଜରିଆରେ ମୋର ଖୋଲା ନିବେଦନ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଆପଣଙ୍କ ଶାସନ କଳ କାଳିଆ ଦାବି ପୂରଣର ନିଶ୍ଚିୟତା ନେଇ ଆମ ସହ ଆଲୋଚନା ନକରନ୍ତି ତେବେ ଆସନ୍ତା ୯ ତାରିଖରେ ସଂଗଠନ ତରଫରୁ ସବିନୟ ଆଇନ୍ ଅମାନ୍ୟ ଆନ୍ଦୋଳନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ