କାଳିଆମି ଆମ୍ବ ବଗିଚାରେ ଝୁଲନ୍ତା ଯୁବକର ମୃତଦେହ କୁ ଉଦ୍ଧାର କଲା ବାଙ୍ଗିରିପୋଷି ପୋଲିସ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ତଳ କୁଆଳିକଟା ଗ୍ରାମର ମଙ୍ଗଲ ସିଂ(୪୫)ର ମୃତ ଦେହକୁ କାଳିଆମି ଆମ୍ବତୋଟାରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ମୟୂରଭଂଜ ଜିଲ୍ଲାର ଯୁବ ଗୋଷ୍ଠୀ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ମାତ୍ରାଧିକ ବଢ଼ି ଚାଲିଛି । କେଉଁ ପରିସ୍ଥିତିରେ ଅକାଳରେ ଯୁବଗୋଷ୍ଠୀ ଅମୂଲ୍ୟ ଜୀବନ ହାରି ଦେଉଛି ତାହା ଏକ ଚିନ୍ତା ଜନକ ବିଷୟ ? ଗୋଟାଏ ପାଖରେ ‘ କରୋନା’ ଭୟ,ବେକାରୀ, ଅର୍ଥାଭାବ, କାମଧନ୍ଦାଠପ୍,ରୁଣଯନ୍ତା, ଖାଦ୍ୟଭାବ ପାରିବାରିକ ଜଞ୍ଜାଳ, ଯୁବ ସମାଜକୁ ଅସ୍ତବ୍ୟସ୍ତ କରି ପକାଉଛି !


