କାଳିଆମ୍ବା ସେକ୍ସନ ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସୁର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଙ୍କ ନିର୍ଦେଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିନସ୍ଥ କାଳିଆମ୍ବା ସେକ୍ସନ ସ୍ତରୀୟ ଜଙ୍ଗଲ ନିଆଁ ପ୍ରଶମନ ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ବୈଠକରେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମାର ବେହେରା, ଅବଶର ପ୍ରାପ୍ତ କୃଷି ଅଧିକାରୀ ଶ୍ରୀ ରାଜେନ୍ଦ୍ର ଦାସ ସଭାପତି ଶ୍ରୀ ଶରତ ସ୍ୱାଇଁ, ବନପାଳ ଶ୍ରୀ ଶରତ ମହାନ୍ତି,ବନରକ୍ଷୀ ଶ୍ରୀ ସନ୍ତୋଷ ପାତ୍ର, ରଶ୍ମିତା ସେଠି ଏବଂ କ୍ଷେତ୍ର ପରିଚଲାନା ସଂଯୋଜକ ଦ୍ବୟ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ଡାକୁଆ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନ ର ଏକତା ସାହୁ ଙ୍କ ସମେତ ବନସୁରକ୍ଷା ସମିତିରୁ ଆସିଥିବା ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ. ଗ୍ରାମ ପରିଭ୍ରମଣ କରି ବୈଠକ ପ୍ରାରଭ କରାଯାଇଥିଲା. ମଞ୍ଚାସୀନ ସମସ୍ତ ଅତିଥିଗଣ ଜଙ୍ଗଲ ର ଉପକାରିତା, ଅପକାରିତା ତଥା ଜଙ୍ଗଳନିଆ ହୁଅନାହି ଛାନିଆ ଅଭିସ୍ପା ରେ ଅଭିଷିକ୍ତ ହୋଇ କାର୍ଯ୍ୟକ୍ରମ ଶ୍ରୀ ଡାକୁଆ ପରିଚାଳନା କରିଥିଲେ ଓ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରି, ସଭାପତିଙ୍କ ଅନୁମତିକ୍ରମେ ବୈଠକ ପରିସମାପ୍ତି କରାଗଲା.


