କାଳିଆର ସୁନା ବେଶ

ଆଷାଢ ମାସର ଟୋପି ବରଷାରେ
କାଳିଆର ସୁନା ବେଶ
ଖିଲି ପାନ ଖାଇ ନାଲିଆ ଅଧରେ
ହସୁଅଛି ରଜା ହସ —–(0)

ସୁନାବେଶ ତୁମ କେମିତି ଦିଶୁଚି
କହିକି ପାରିବ ତୁମେ
ଆମକୁ ଲାଗୁଚି ରହିଅଛୁ ଆମେ
ସତେକି ଅମର ଧାମେ
ଶ୍ରୀ ଭୁଜ ହଲାଇ ଡାକୁଚ ଯେମିତି
ଆସ ମୋ ପାଖକୁ ଆସ
ଆଷାଢ ମାସର ଟୋପି ବରଷାରେ
କାଳିଆ ସୁନାର ବେଶ——(୧)

ଯାଇଥିଲ ବୁଲି ଜନମ ବେଦିକୁ
ଖୁସିରେ ଯାଉଚ ହସି
ସେଥି ପାଇଁ”ଜନନୀ ଜନ୍ମ ଭୁମିଶ୍ଚ
ସ୍ବର୍ଗାଦପି ଗରୀୟସୀ”
ମାଆ ହାତ ରନ୍ଧା ଖାଇଅଛ ବୋଲି
ଦିଶୁଚ ଭାରି ସରସ
ଆଷାଢ ମାସର ଟୋପି ବରଷାରେ
କାଳିଆ ସୁନାର ବେଶ——(୨)

ବାଟରେ ପଡିଲା ମାଉସୀ ମା’ ଘର
ଘେରାଏ ଆସିଲ ବୁଲି
ତାଙ୍କ ହାତ ପୋଡ ପିଠା ସୁଆଦିଆ
ପାରିବନି କେବେ ଭୁଲି
ଦୁଇ ମା’ଙ୍କର ହାତ ପରସାରେ
ମନ ହୋଇଚି ସନ୍ତୋଷ
ଆଷାଢ ମାସର ଟୋପି ବରଷାରେ
କାଳିଆର ସୁନା ବେଶ——(୩)

ରାଜ କିଶୋର ନାୟକ
ତଳବଙ୍ଗାଳ,କୁଶୁବେଣ୍ଟି
ବ୍ରହ୍ମଗିରି,ପୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ