କାଳିଆ ବାଲି ଛକରେ ଓଲଟିଲା ପାଣି ଟ୍ୟାଙ୍କର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ପୂର୍ବାହ୍ନରେ ଓଲଟିଲା ପାଣି ଟ୍ୟାଙ୍କର l ମିଳିଥିବା ସୂଚନା ମୁତାବକ ଏକ ନମ୍ବର ବିଭିନ ପାଣି ଟ୍ୟାଙ୍କର ଟି ବ୍ରହ୍ମପୁର ରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି l ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଙ୍ଗ ଗାଡିର ଏସପିଓ ସିମାଞ୍ଚଳ ସାହୁ ଓ ଡ୍ରାଇଭର ଶୁଭମ କୁମାର ପହଂଚି ଚମାଖଣ୍ଡି ଥାନା ପୋଲିସର ସହାୟତାରେ ଗାଡି କୁ ଉଦ୍ଧାର କରିଥିଲେ l ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ