କାଳିଆ ଯୋଜନା ଟଙ୍କା ଓ କଳାକାର ଭତ୍ତାକୁ ନେଇ ଜନଅସନ୍ତୋଷ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍):ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ସବୁବର୍ଗର ଚାଷୀଙ୍କ ପାଇଁ କାଳିଆ ଯୋଜନା ମାଧ୍ୟମରେ ଅର୍ଥପ୍ରଦାନର ବ୍ୟବସ୍ଥା କରିଛନ୍ତି । କେତେକ ଚାଷୀମାନଙ୍କର ପ୍ରଥମ କିସ୍ତିରେ ୫ହଜାର ଲେଖାଏଁ ସେମାନଙ୍କର ଜମାଖାତାକୁ ପଠାଯାଇଛି । ମାତ୍ର ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ଏବେ ବାକି ଟଙ୍କା ଆସିବା ବନ୍ଦ ହୋଇଯାଇଛି । ପ୍ରଥମ କିସ୍ତିରେ କେତେକ ଚାଷୀଙ୍କୁ ତାଲିକାରେ ପ୍ରକାଶିତ ନାମ ମଧ୍ୟରୁ କେତେ ଜଣ ଚାଷୀଙ୍କର ଟଙ୍କା ନଆସିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବାସ୍ତବରେ ଅନେକ ଯୋଗ୍ୟବ୍ୟକ୍ତି କଳାକାର ଭତ୍ତା ପାଇବାରୁ ବଞ୍ôଚତ ହୋଇଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ବହୁ କଳାକାର ମଧ୍ୟ ଏହି ଭତ୍ତା ପାଇବା ପାଇଁ ଦରଖାସ୍ତ କରିଥିଲେ ବି ତାଙ୍କ ଦରଖାସ୍ତ ବିଚାର କରାନଯାଇ ପଡିରହିଛି । ନିର୍ବାଚନ ପରେ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଚାର ହେଉଥିବା ବେଳେ କଳାକାର ଭତ୍ତା କେବେ ମିଳିବ ସେ ନେଇ କୌଣସି ସୂଚନା ମିଳି ପାରୁନାହିଁ । ଏହାର ପ୍ରଭାବ ନିର୍ବାଚନ ଉପରେ ପଡିବ ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବା ବେଳେ ବିରୋଧି ଏହାକୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହୋଇଯିବାକୁ ଉଦ୍ୟମ ଚଳାଇଥିବା ଶୁଣିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ