କାଳିଆ ଯୋଜନା ଭୋଟର ଯୋଗ୍ୟ-ହିତାଧିକାରୀ ଅଯୋଗ୍ୟ
ଗତ ସାଧାରଣ ନିର୍ବାଚନ ପୂର୍ବରୁ ସାଧାରଣ ଜନତାଙ୍କୁ ପ୍ରଭାବିତ କରିବା ନିମନ୍ତେ ସରକାର ବିଭିନ୍ନ ଲୋଭନୀୟ ଯୋଜନାମାନ ଘୋଷଣା କରିବା ସହ ସିଧାସଳଖ ଅର୍ଥ ଦେଇ ଭୋଟ୍ କିଣିବା ନିମନ୍ତେ ଜଗନ୍ନାଥଙ୍କ ନାମକୁ ବ୍ୟବହାର କରି କାଳିଆ ଯୋଜନା ପ୍ରସ୍ତୁତ କଲେ । ୩ ମାସ ମଧ୍ୟରେ ପୁରୁଣା ତାଲିକା ତଥା କର୍ମୀମାନଙ୍କୁ ଚିିହ୍ନଟ କରି ·ଷୀ ତାଲିକା ପ୍ରସ୍ତୁତ କରାଗଲା । କୃଷି ବିଭାଗର ହିସାବ ଅନୁଯାୟୀ ୧ କୋଟି ୧୯ ଲକ୍ଷ ଦରଖାସ୍ତ ମଧ୍ୟରୁ ପ୍ରାୟ ୫୧ ଲକ୍ଷ ୫ ହଜାର ଯୋଗ୍ୟ ·ଷୀଙ୍କୁ ପରିବାର ଅନୁଯାୟୀ ଚିହ୍ନଟ କରି ଅର୍ଥ ଆବଣ୍ଟନ କରାଗଲା ଯାହାକି ଭୋଟର ହିସାବରେ ଦିଆଯାଇଥିଲା । ଭୋଟ ପାଇଁ ଭୋଟରଙ୍କୁ ଲାଞ୍ଚ! ସେତେବେଳେ ଭୋଟର ହିସାବରେ ତାଲିକା ଠିକ୍ ଥିଲା । ଏବେ ଭୋଟ ସରିବା ପରେ ସେମାନେ ହିତାଧିକାରୀ ଭାବେ ଅଯୋଗ୍ୟ ବୋଲି ମନ୍ତ୍ରୀ କହୁଛନ୍ତି । ମନ୍ତ୍ରୀଙ୍କ ହିସାବରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବା ଠକ ·ଷୀ ଥିବାବେଳେ ଦଳୀୟ ମୁଖପାତ୍ର କହୁଛନ୍ତି କେବଳ ୩୨ ହଜାର ଅଯୋଗ୍ୟ ଠକ ·ଷୀ ଅଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ଅର୍ଥ ଫେରାଇବାକୁ କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯଦି ଭୋଟ୍ ବେଳେ ଭୋଟ କିଣିବା ନିମନ୍ତେ ଯୋଗ୍ୟ ଭୋଟରମାନଙ୍କୁ କାଳିଆ ଅର୍ଥ ବିନା ଯାଞ୍ଚରେ ପ୍ରଦାନ କରାଗଲା, ତେବେ ସେମାନେ ଏବେ ଭୋଟ ସରିଲା ପରେ ଅଯୋଗ୍ୟ ହେଲେ କିପରି! ରାଜ୍ୟର ଖଣିଜ ପଦାର୍ଥକୁ ଲୁଟ୍ କରିଥିବା କୋଟିପତି ଖଣିମାଲିକମାନଙ୍କୁ ୬୦ ହଜାର କୋଟି ଟଙ୍କାର ଜୋରିମାନା ଆଦାୟ କରିବାକୁ କୁହାଯାଇଥିବା ବେଳେ ସରକାର ସେ ଅର୍ଥ ଆଦାୟ କଲେଣି କି? ଏ ପର୍ଯ୍ୟନ୍ତ କାହିଁକି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ବରଂ ପୁଣିଥରେ ସେମାନଙ୍କୁ ଖଣି ଲୁଟ୍ କରିବା ପାଇଁ ସୁଯୋଗ ଦେବା ନିମନ୍ତେ ସରକାର ମସୁଧା କରୁଛନ୍ତି । ଏହାର ଉତ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ମୁଖପାତ୍ର ଦେବେ କି ବୋଲି ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ତଥା ବିଜେପି ନେତା ପ୍ରକାଶ ରଥ ପ୍ରଶ୍ନ କରିଛନ୍ତି । ଯେଉଁ ଅନ୍ନଦାତା ଖରା, ବର୍ଷା ଓ କାକରରେ ପଚିଷଢି, ବନ୍ୟା ବାତ୍ୟାରେ ଘାଇଲା ହୋଇ ନିଜ ପୁଅକୁ ପଢାଇ ପାରୁନାହିଁ, ନିଜ ଝିଅକୁ ବାହା ଦେଇପାରୁ ନାହିଁ ଓ ନିଜେ ଋଣ ଶୁଝନପାରି ଆତ୍ମହତ୍ୟା କରୁଛି, ସେଭଳି ଖଟିଖିଆ ·ଷୀଙ୍କୁ ଠକିଖିଆ ଚରିତ୍ରରେ ଚିତ୍ରଣ କରିବାକୁ ସରକାର ଅପଚେଷ୍ଟା ଚଳାଇଛନ୍ତି । ଏହା ଅତ୍ୟନ୍ତ ଅମାନବୀୟ ଓ ନିନ୍ଦନୀୟ । ସରକାର ତୁରନ୍ତ ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ରାଜ୍ୟ ନାଗରିକ ସମାଜ ପକ୍ଷରୁ ଦାବି କରାଯାଇଛି ।