କାଳିପଲ୍ଲୀ ପଂଚାୟତ ନିମନ୍ତେ ବିଜେଡି ସମର୍ଥିତ ସରପଂଚ ଓ ସମିତିସଭ୍ୟ ପାର୍ଥୀ ଚୟନ

ଛତ୍ରପୁର, (ଦେବଦତ୍ତ ମହାରଣା) :ବିଜୁ ଜନତା ଦଳର ଜିଲ୍ଲା ସଭାପତି ଏବଂ ସ୍ଥାନୀୟ ବିଧାୟକ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ନିମନ୍ତେ ବିଜୁ ଜନତା ଦଳ ପକ୍ଷରୁ ପାର୍ଥୀ ଚୟନ ବାସନାପୁଟି ଗ୍ରାମ ସ୍ଥିତ ଠାକୁରାଣି ମନ୍ଦିର ପ୍ରାଙ୍ଗଣରେ ସରପଂଚ ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାଳିପଲ୍ଲୀ ପଂଚାୟତର ବହୁ ଛାମୁଆ ନେତା, ବହୁ ମହିଳା ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସରପଂଚ ନିମନ୍ତେ ବି. ଲକ୍ଷ୍ମୀ ପାତ୍ର ଏବଂ ସମିତି ସଭ୍ୟ ନିମନ୍ତେ ବିକାଶ ବେହେରାଙ୍କୁ ବିଜେଡି ସମର୍ଥିତ ପାର୍ଥୀ ଭାବେ ଚୟନ କରାଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକର ଉପାଧ୍ୟକ୍ଷା ଅମିତା ସାହୁ, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ, ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ବି. ଚନ୍ଦ୍ରମଣି ପାତ୍ର, ସି.ଏଚ୍‌. ରଘୁନାଥ ରେଡ୍ଡି, ସି. ଏଚ୍‌. ଭଗବାନ ରେଡ୍ଡି, ସି. ଏଚ୍‌. ବଳରାମ ରେଡ୍ଡି, ବି. ଗୁରେୟା ପାତ୍ର, ସି. ଏଚ୍‌. ପୋତେୟା, ଜେ. ସତେୟାଙ୍କ ସମେତ ବହୁ ମହିଳା ଏବଂ ତୁଙ୍ଗ ନେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ