କାଳିପଲ୍ଲୀ ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ଏନ .ତେଜସ୍ୱିନୀ ଓ ସମିତି ସଭ୍ୟ ନିମନ୍ତେ ଏସ.ରମେଶଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ପଞ୍ଚାୟତର ସରପଂଚ ପଦବୀ ନିମନ୍ତେ ଏନ .ତେଜସ୍ୱିନୀ ନିଜର ପ୍ରାର୍ଥୀ ପତ୍ର ଗୁରୁବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପଦବୀ ନିମନ୍ତେ ଏସ.ରମେଶ ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ନିଜ ନାମାଙ୍କନ ପତ୍ର ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି । ପଞ୍ଚାୟତର ବହୁବିଧ ଅଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବା ଲକ୍ଷ୍ୟ ନେଇ ଦୁହେଁ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ।