କାଳିପଲ୍ଲୀ ସରପଂଚ ଘରୋଇ ସଙ୍ଗରୋଧ କେନ୍ଦ୍ର ତଦାରଖ କଲେ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇଛନ୍ତି ଅନେକ । ଆଉ ଏ ସବୁ ଭିତରେ ପ୍ରତିଟି ସରପଂଚଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଥିପାଇଁ କରୋନା ଯୋଦ୍ଧା ରୂପେ ଅଭିହିତ କରାଯାଇଛି ସେମାନଙ୍କୁ । ଗଞ୍ଜାମ ଜିଲ୍ଲାର ସମସ୍ତ ସରପଂଚମାନେ ଦିନରାତି ଏକ କରି ଲୋକଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ କେତେକ ସରପଂଚ ନିଜେ ଟିଏମସିର ପାଇଖାନା ସଫା କରିବା ସହ ଆଉ କେତେକ ସଙ୍ଗରୋଧ ପରିସରରେ କିଛି ଝାଡ଼ୁ ଧରି ସଫାସୁତରା କରି ଉଚିତ ସେବା ଯୋଗାଇଥିବା ନେଇ ଜିଲ୍ଲାପାଳ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ସଦ ମହକୁମା ଛତ୍ରପୁର ବ୍ଲକର କାଳିପଲ୍ଲୀ ପଂଚାୟତର ସରପଂଚ ଶ୍ରୀରାମଚନ୍ଦ୍ର ବେହେରା ଲୋକଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ମଙ୍ଗଳବାର ସରପଂଚ ଶ୍ରୀ ବେହେରା ପଂଚାୟତର ବିଭିନ୍ନ ଗ୍ରାମରେ ଘରୋଇ ସଙ୍ଗରୋଧରେ ରହିଥିବା ଅନ୍ତେବାସୀମାନେ କିପରି ରହୁଛନ୍ତି ତାହା ବୁଲି ତଦାରଖ କରିଥିଲେ । ଏହାସହିତ ଲୋକମାନେ କିପରି କରୋନାଠାରୁ ଦୂରେଇ ରହିବେ, ସେଥିନିମନ୍ତେ ସଚେତନତା କରିଛନ୍ତି । ପୂର୍ବରୁ ସରପଂଚଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଂଚାୟତର ୧୨ଟି ଟିଏମସିରେ କ୍ରୀଡ଼ା ଶିକ୍ଷକ ସୁଶିଲ କୁମାର ରଥ ସମସ୍ତ ଅନ୍ତେବାସୀଙ୍କୁ ନିୟମିତ ଯୋଗାସନ ଶିଖାଇ କିପରି ଏମାନେ ସୁରକ୍ଷିତ ରହିବେ, ସେଥିନିମନ୍ତେ କାର୍ଯ୍ୟ କରୁଛନ୍ତି । ଏହାକୁ ସମ୍ପୂର୍ଣ୍ଣ ଭାବେ ନୋଡାଲ ଅଫିସର କୃଷ୍ଣଚନ୍ଦ୍ର ଦାସ ସହଯୋଗ କରିଛନ୍ତି । ସୂଚନାଥାଉକି ଯେ କାଳିପଲ୍ଲୀ ପଂଚାୟତର ସମସ୍ତ ଟିଏମସିରେ ବର୍ତମାନ ସୁଦ୍ଧା ୬୧ ଜଣ ଅନ୍ତେବାସୀ ରହିଛନ୍ତି । ପୂର୍ବରୁ ୪୮ ଜଣଙ୍କ ଅବଧି ସରି ନିଜ ନିଜ ଘରେ ସୁରକ୍ଷିତ ରହିଛନ୍ତି । ଏହାସହ ୧୩ ଜଣ ଘରୋଇ ସଙ୍ଗରୋଧରେ ବର୍ତମାନ ରହିଆସୁଛନ୍ତି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ