କାଳିମନ୍ଦିର ଯୋଗକେନ୍ଦ୍ର ତରଫରୁ ସେବାକାର୍ଯ୍ୟ

ବାଲେଶ୍ୱର, (ସରୋଜ ପଣ୍ଡା):କାଳିମନ୍ଦିର ଯୋଗକେନ୍ଦ୍ର ତରଫରୁ ଏକ ସେବାକାର୍ଯ୍ୟ କୁରୁଡ଼ାସ୍ଥିତ ‘ପ୍ରତିକ୍ଷା’ ଅନୁଷ୍ଠାନରେ ସଂଗଠିତ ହୋଇଯାଇଛି । ସେଠାରେ ଥିବା ମାନସିକ ବିକଳାଙ୍ଗ ପିଲାମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଅନୁଷ୍ଠାନ ତରଫରୁ ଅତ୍ୟନ୍ତ ସୁନ୍ଦର ଓ ମନୋରମ ପରିବେଶ ସୃଷ୍ଟି କରାଯାଇଅଛି । ଯୋଗକେନ୍ଦ୍ରର ସାଧକ ସାଧିକାମାନଙ୍କ ଦ୍ୱାରା ସେଠାରେ ପିଲାମାନଙ୍କ ସହିତ ନାଚଗୀତ ଓ ମିଳନର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା । କିଛି ପିଲା ଶୁଣିପାରୁ ନଥିବାବେଳେ କିଛି ଦେଖି ପାରୁନଥିଲେ । କିଛି ପିଲା ପୋଲିଓ ଭଳି ରୋଗରେ ପିଡ଼ିତ ଥିଲେ । ମାନସିକ ବିକଳାଙ୍ଗ ପିଲାମାନଙ୍କ ସହିତ ଅନ୍ତରଙ୍ଗ ହୋଇ ସମସ୍ତଙ୍କୁ ଆନନ୍ଦ ମିଳିଥିଲା । ଏଥିରେ କେନ୍ଦ୍ରର ସଭାପତି ପ୍ର. ଜୟସ୍ମିତା ନାୟକ, ଉପସଭାପତି ରୀତା ରାଉତ, ସମ୍ପାଦକ ରଞ୍ଜନ କୁମାର ସାହୁ, ସହସମ୍ପାଦକ ଧ୍ରୁବଚରଣ ବେହେରା, ସଭ୍ୟ ବିଶ୍ୱନାଥ ସିଂ, ଦୀପ୍ତିବନ୍ତ ଦାସ, ଆଲେଦା ଉମାଶ୍ରୀ, ଚିନ୍ମୟ ଦାସ, ବ୍ୟାସଦେବ ରାଉତ, ସୀତା ବେହେରା, ହରିପ୍ରିୟା ରଣା, ଏଡ଼୍‌ଭୋକେଟ୍ ସ୍ନେହଲତା ଦାସପତି, ଭୂପତି ବାରିକ, ରୀତା ସାହୁ, ଜ୍ୟୋତି ସାହୁ, ଋଷି ସାହୁ, ହେମଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ । ଝାଡ଼େଶ୍ୱର ହୋଟେଲ ତରଫରୁ ପିଲାମାନଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଓ ବସ୍ତ୍ର ଦିଆଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ଓ ଯୋଗଗୁରୁ ସୁଜିତ୍ କୁମାର ଜେନା ଏହାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ