କାଳୀ ପୂଜା ଅବସରରେ ଭଜନ ସମାରୋହ

ବ୍ରହ୍ମପୁର,(ୱା ଏନ ଏସ):ବ୍ରହ୍ମପୁର ସହର ଠାରୁ ମାତ୍ର 4କିମିରେ ଅବସ୍ଥିତ କନିସି ତୁଲୁ ରୋଡ଼ ଛକ ଠାରେ ଶ୍ରୀ ଶ୍ରୀ ମାଁ ଦକ୍ଷିଣ କାଳୀ ପୂଜା ଅବସରରେ ଭଜନ ସମାରୋହ ହୋଇଥିଲା. ଏହି କାର୍ଯ୍ୟକ୍ରମଟି ମା ସରସ୍ବତୀ ଭଜନ ସଙ୍ଘ ସାମ୍ବାଦିକ ଆଶୁତୋଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. କାର୍ଯ୍ୟକ୍ରମରେ ସହର ତଥା ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କଣ୍ଠ ଶିଳ୍ପୀ ମାନେ ସଂଗୀତ ପରିବେଷଣ କରିଥିଲେ. ସେଠାରେ ଉପସ୍ଥିତଥିବା ଶ୍ରୋତାଙ୍କ ମନକୁ ଛୁଇଁଲା ଭଳି ଭଜନ ପରିବେଷଣ କରିଥିଲେ. କାର୍ଯ୍ୟକ୍ରମ ଆୟୋଜନରେ ସୂର୍ଯ୍ୟ ନାରାୟଣ ପାତ୍ର ଉଦଘୋଷାକ, ଭାବେ ଯୋଗଦାନ କରିଥିଲେ. ଏଥିରେ ମୁଖ୍ୟ କଣ୍ଠ ଶିଳ୍ପୀ ଭାବେ ସାମ୍ବାଦିକ ଆଶୁତୋଷ ମହାପାତ୍ର, ବରିଷ୍ଠ କଣ୍ଠ ଶିଳ୍ପୀ ମାଧବ ଜେନା, ଗୌରହରୀ ମହାରଣା, ହରଗୋବିନ୍ଦ ମହାରଣା, ରମେଶ କୁମାର ସେଠି, କୃଷ୍ଣ ପ୍ରସାଦ ସାବତ ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଟ ସାମ୍ବାଦିକ ତଥା କଣ୍ଠ ଶିଳ୍ପୀ ଆଶୁତୋଷ ମହାପାତ୍ର, ପୂଜା କମିଟିର ବହୁ ସଦସ୍ୟ, ସଭାପତି ମାମା ଦିଦି ଏବଂ ଅନ୍ୟାନ୍ୟ ମାନେ ସହଯୋଗୀ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ