କାଳେଶ୍ବର ଗ୍ରାମୀଣ ପାର୍କ ବୁଲି ଦେଖିଲେ ପଞ୍ଚାୟତିରାଜ ସଚିବ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହାନୀ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସି ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କୁ ଦର୍ଶନ କରିଥିଲେ।ପରେ ବଡଖରିଡା ଗ୍ରାମସ୍ଥିତ କାଳେଶ୍ବର ମନ୍ଦିର ଦର୍ଶନ କରିବା ସହ ଆଦର୍ଶ ଗ୍ରାମୀଣ ପାର୍କ ବୁଲି ଦେଖିଥିଲେ। ସ୍ଥାନୀୟ ସରପଞ୍ଚ କମା ଦଳେଇ ମନ୍ଦିର ର ବିକାଶ ଓ ପାର୍କର ବିଭିନ୍ନ କାର୍ଯ୍ୟ କରିବା ପାଇଁ ଏକ ଦାବିପତ୍ର ଶ୍ରୀ ଲୋହାନୀ ଙ୍କୁ ପ୍ରଦାନ କରିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି କିର୍ତିଭାସନ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ସହକାରୀ ଯନ୍ତ୍ରୀ ସରୋଜ କୁମାର ସାବତ, ଜିଲ୍ଲା ପରିଷଦ ସଭ୍ୟ ଭଜମନ ବେହେରା,ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାସ, ବ୍ଲକ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଲିଙ୍ଗରାଜ ବାରିକ,ଜଗତ ପଣ୍ଡା, ରମେଶ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।


