କାଳ ନ ହେଉ ଗୁଡ଼ି ମାଞ୍ଜା : ଚାଇନିଜ୍ ସୂତା ବିକ୍ରୀ ନିଷିଦ୍ଧ ପାଇଁ ଉଠିଲା ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପାଖେଇ ଆସୁଛି ମକର ପରବ । ବିଶେଷକରି ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ପରବକୁ ବେଶ୍ ଆନନ୍ଦ ଉଲ୍ଲାସରେ ପୋଙ୍ଗଲ ପର୍ବ ରୂପେ ପାଳନ କରିଥାନ୍ତି । ଓଡ଼ିଆମାନେ ଏହି ଦିନରେ ମକର ଚାଉଳ ଖାଇଥାନ୍ତି । ଲୋକମାନେ ଏହି ପର୍ବରେ ଗୁଡ଼ି ବି ଉଡ଼ାଇଥାନ୍ତି । ଗୁଡ଼ି ଉଡ଼ାକୁ ନେଇ ପରସ୍ପର ମଧ୍ୟରେ ସ୍ୱତନ୍ତ୍ର ପ୍ରତିଯୋଗିତା ମଧ୍ୟ ହୋଇଥାଏ । ତେବେ ଗୁଡ଼ି ଉଡ଼ାଇବା ବେଳେ ଅନେକ ମାଞ୍ଜା ଅର୍ଥାତ୍ (କାଚଗୁଣ୍ଡ ଓ ମଇଦା ଅଠା ବୋଳାରେ ପ୍ରସ୍ତୁତ ନାଇଲନ ସୂତା) ଓ ଚାଇନିଜ୍ ସୂତାର ବହୁଳ ବ୍ୟବହାର ଯୋଗୁଁ ଆକାଶରେ ଉଡୁଥିବା ପକ୍ଷୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ତତ୍‌ସହିତ ପଥଚାରୀମାନେ ମଧ୍ୟ ଅନେକ ସମୟରେ ଏହି ମାଞ୍ଜା ସୂତାର ସଂସ୍ପର୍ଶରେ ଆସି ଅନେକ ପ୍ରାଣ ହରାଇବା ସହ ଆହତ ବି ହେଉଛନ୍ତି । ବିଗତ ଦିନରେ ଅନେକ ଘଟଣା ନଜିର ବି ରହିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜଣାଶୁଣା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ରଙ୍ଗ, ବେରଙ୍ଗ, ମୁରୁଜକୁ ବ୍ୟବହାର କରି ଏକ ଆକର୍ଷଣୀୟ ସୁନ୍ଦର ଗୁଡ଼ି ତିଆରି କରିବା ସହ ଇଂରାଜୀ ଭାଷାରେ ନାଇଲନ୍ ମାଞ୍ଜା : ଏ ବିଗ୍ ଥ୍ରେଟ୍ ଟୁ ନେଚର, ବ୍ୟାନ୍ ଅନ୍ ମାଞ୍ଜା ଲେଖି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉଠାଇଛନ୍ତି । ଏହାକୁ ଗୁରୁତର ସହ ବିଚାରକୁ ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବା ସହ ମାଞ୍ଜା ଓ ଚାଇନିଜ୍ ସୂତାର ବିକ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା ହେଉ ବୋଲି ଶ୍ରୀ ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ