କାଳ ବୈଶାଖୀ ପବନରେ ଚଳନ୍ତା ବାଇକ୍ ଉପରେ ପଡ଼ିଲା ଗଛ ଜଣେ ମୃତ, ଜଣେ ଗୁରୁତର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କାଳବୈଶାଖୀ ନେଲା ଯୁବକଙ୍କ ଜୀବନ। ପ୍ରବଳ ବର୍ଷା ସହ ପବନ ଯୋଗୁଁ ଚଳ ଚଳନ୍ତା ବାଇକ୍ ଉପରେ ଗଛ ତାଳ ପଡିବାରୁ ବାଇକ୍ରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ପଦ୍ମପୁର ଗାଁର ପୂର୍ଣ୍ଣଚନ୍ଦ୍ର ପାଇକ (୫୦)। ଆହତ ଜଣକ ହେଲେ ସେହି ଗାଁର ବିଜୟ ବିଷୋୟୀ (୨୬)। ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଛେଳିଗଡ ଗାଁ ନିକଟରେ ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। କ୍ଷତିପୂରଣ ଦାବିରେ ଶବ ରଖ୍ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଫଳରେ ଛେଳିଗଡ ଠାରୁ ରାମଗିରି ରାସ୍ତାରେ ଯାତାୟତ ଠପ୍ ହୋଇଯାଇଥିଲା। ରା.ଉଦୟଗିରି ବିଡିଓ ଲାରିମାନ ଖରସେଲ, ଥାନାଧୁକାରୀ ସବ୍ୟ ସାଚୀ ମଲ୍ଟି ଘଟଣା ସ୍ଥଳରେ ପହଞ୍ଚି ଉଚ୍ଚ ଉଭ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତୁରନ୍ତ ରେଡ୍କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ ସହ ପରେ କ୍ଷତିପୂରଣ ବାବଦ ୪ ଲକ୍ଷ ଟଙ୍କ ଟଙ୍କା ଏବଂ ମୃତକଙ୍କ ପତ୍ନୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନର ବିଳମ୍ବିତ ସନ୍ଧ୍ୟାରେ ରେ ଆଶ୍ୱାସନା ପରେ ବିଳମି ରାସ୍ତାରୋକ ରାକ ହଟିଥିଲା। ରବିବାର ସନ୍ଧ୍ୟାରେ ଗୋଟିଏ ବାଇକ୍ରେ ପୂର୍ଣ୍ଣଚନ୍ଦ୍ର ଓ ବିଜୟ ପଦ୍ମପୁର ଗାଁରୁ ଛେଳିଗଡ଼ ଆସୁ ଥିଳେ ସୁଥିଲେ। ଅଚାନକ କାଳବୈଶାଖୀ ପ୍ରଭାବରେ ପବନ ନ ସହ ବର୍ଷା ହୋଇ ହୋଇଥିଲା। ଛେଳିଗଡ଼ ନିକଟରେ ରାସ୍ତାକଡରେ ଥିବା ଏକ ଗଛର ଡାଳ ଭାଙ୍ଗି ଉଭୟଙ୍କ ଉପରେ ପଡିଥିଲା। ଶବ ରଖ୍ ଲୋକେ ରାସ୍ତାରୋକ କରିଥିଲେ।