କାଳ ବୈଶାଖୀ ପ୍ରଭାବରେ ଅବିବାହିତ ଗରିବ ଶ୍ରେଣୀର ଅବିବାହିତ ମହିଳାଙ୍କ ସହାୟତା ପାଇଁ ପୌର ପ୍ରଶାସନକୁ ନିବେଦନ
ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ମଙ୍ଗଳବାର ଦିନ ରାତିରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ଓ ବରଫପାତ ହୋଇଥିଲା ।ଏଥିରେ ବହୁ ଗଛ ଘର ଦ୍ବାର ନଷ୍ଟ ହୋଇଥିଲା । ଏଭଳି ଏଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଗ୍ରାମର ହାଟପଡିହା ନିକଟସ୍ଥ ନି଼ଃସହୟା ଅବିବାହିତା ବିପିଏଲ୍ ଶ୍ରେଣୀର ମହିଳା କବିତା ମଲ୍ଲିକ (୫୨) । ଘରକୁ ଏକୁଟିଆ ।ଛୋଟିଆ।ଖପରା ଘରେ ଏକୁଟିଆ ରହୁଥିବା କବିତାଙ୍କ ଘର ଉପରେ ଏକ ବିଶାଳ ଗଛ ପଡ଼ିଯାଇଛି । ଖପରା କାଠ ରଳା ଭାଙ୍ଗି ଯାଇଛି ।ଘର ଭିତରେ ତୁହାକୁ ତୁହା ବର୍ଷା ପାଣି ରାତିସାରା ପଡୁଥିଲା । ପରିବାରରେ କେହି ନାହାନ୍ତି ଦୁଃଖିନୀ କବିତାକୁ ସାହାଯ୍ୟ କରିବାପାଇଁ । ପାଖରେ ଅର୍ଥ ନାହିଁ ।ଯାହାଥିଲା ଲକ୍ ଡାଉନ୍ ପାଇଁ ସବୁ ସରି ଯାଇଛି ।ଘର ଉପରକୁ କିଭଳି ଗଛର ଡାଳ ହଟାଇବ !ଘର ମରାମତି କିଭଳି କରି କିପରି ପୂର୍ବ ଭଳି ରହିବ! ଏଭଳି ବିପତ୍ତି ସମୟରେ କିଏ ସାହାଯ୍ୟ କରିବ !ଚିନ୍ତାରେ କବିତା ଦିଦି ।ଭଙ୍ଗା ଘର ଦେଖିବାକୁ ପ୍ରଶାସନର କହି ପହଞ୍ଚି ନାହାନ୍ତି । ପ୍ରଶାସନିକ ସାହାର୍ଯ୍ୟ ପାଇଁ ସେ ନିବେଦନ କରିଛନ୍ତି ।