କାଳ ବୈଶାଖୀ ପ୍ରଭାବରେ ରାଇରଙ୍ଗପୁରରେ ବହୁ ଘର ଦ୍ବାର ଗଛଲତା ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ମଙ୍ଗଳବାର ରାତି୮,୩୦ ଟା ପାଖାପାଖି ସମୟରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ,ବଡ଼ ବଡ଼ ବରଫ ଖଣ୍ଡ ପଡି ନାହିଁ ନ ଥିବା କ୍ଷୟକ୍ଷତି ଘଟିଛି ।ବହୁ ଘର ଦ୍ବାର ନଷ୍ଟ ହୋଇ ଯାଇଛି । ବିଦ୍ୟୁତ୍ ତାର ଛିଡି ଯାଇଛି । ବିଦ୍ୟୁତ୍ ସେବା ଠପ୍ ।ବରଫ ପାତ ଯୋଗୁଁ ରାଇରଙ୍ଗପୁର ସହର ଧଳା ହୀରା ଭଳି ଦେଖା ଯାଉଥିଲା ।