କାଳ ବୈଶାଖୀ ପ୍ରଭାବିତ ଜାମୁଦା ବ୍ଲକର ବିଭିନ୍ନ ଅଞ୍ଚଳକୁ ବିଧାୟକଙ୍କ ଗସ୍ତ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ):ମଙ୍ଗଳବାର ରାତିରେ ଅଦିନିଆ ଝଡ଼ , ତୋଫାନ ଓ କୁଆପଥର ମାଡରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର, ଜାମଦା, ଗୋରୁମହିଷାଣୀ, ହାଟବାଦଡା ଅଂଚଳରେ ନାହଁ ନ ଥିବା କ୍ଷୟକ୍ଷତି ଘଟିଥିବା ଜଣା ପଡିଛି । କାଳ ବୈଶାଖୀ ଫଳରେ ବହୁ ଘର ଦ୍ବାର ନଷ୍ଟ ହେବା ସହ ବହୁ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ବହୁ ଚାଷୀଙ୍କ ପରିବା ଚାଷ ଛାରଖାର ହୋଇଯାଇଛି । ବିଧାୟକ ନବ ଚରଣ ମାଝୀ ଜାମଦା ବ୍ଲକର ବିଭିନ୍ନ କ୍ଷୟକ୍ଷତି ଅଂଚଳକୁ ଯାଇ ଅନୁଧ୍ୟାନ କରିବା ସହ କ୍ଷତି ଗ୍ରସ୍ତ ଚାଷୀଙ୍କ ସମେତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହିଅବସରରେ ତାଙ୍କ ସହ ଜାମଦା ବ୍ଲକ ଅଧ୍ୟକ୍ଷା ମାଳତୀ ଆଳଦା ମଧ୍ୟ ଥିଲେ । ସେଠାରେ ଅସହାୟ ଲୋକଙ୍କୁମାସ୍କ ବଣ୍ଟନ କରିବା ସହ ସମସ୍ତଙ୍କୁ ଏଭଳି ବିପତ୍ତି ସମୟରେ ପରସ୍ପରକୁ ସାହାଯ୍ୟ କରିବା,ଘରୁ ଅଯଥାରେ ବାହାରକୁ ନ ଯିବା,ମାସ୍କ ପିନ୍ଧିବା,ସାବୁନରେ ମୁହଁ ହାତଧୋଇବା, ଅଳ୍ପରେ ସନ୍ତୁଷ୍ଟ ହେବା, ସମସ୍ତଙ୍କୁ ମହାମାରୀ କରୋନା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ