କାଳ ବୈଶାଖୀ ପ୍ରଭାବ, ବେସାହାରା ପରିବାର, ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି, ଖାଇବାକୁ ଦାନା ନାହିଁ ଛୁଆକୁ ଧରି ଛଟପଟ, ପ୍ରଶାସନ ଜରିଖଣ୍ଡିଏ ଦେଇ କାମ ସାରିଦେଲା

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ରେ କରୋନା ର ଲକଡାଉନ ପରିସ୍ଥିତି ରେ ଅଦିନିଆ କାଳବୈଶାଖୀ ବର୍ଷା ଯୋଗୁଁ ଶତାଧିକ ମାଟି ଘର ଭାଙ୍ଗି ନଷ୍ଟ ହୋଇ ଥିବା ବେଳେ ଟିଣ ଛପର ମଧ୍ୟ ଉଡାଇ ନେଇଛି l ଯାହା ଫଳରେ ଗରିବ ପରିବାର ଏବେ ବେସାହାରା ହୋଇଯାଇଛନ୍ତି l ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ର ସରଧାପୁର, ବେତବାଡ଼ି, କାଲିଶା ପଦର ଓ ବଜାର ରେ ମଧ୍ୟ ଏଭଳି ବହୁ ଘର ଭାଙ୍ଗିବା ସହ ଆସବାବ ପତ୍ର ଓ ଖାଦ୍ୟ ଶସ୍ୟ ନଷ୍ଟ ହୋଇଯାଇଛି। ହେଲେ ସବୁଠାରୁ ଦୁଖଃର କଥା ଏହା ଯେ, ଶରଧାପୁର ଗ୍ରାମର ଗରିବ ପରିବାର ଅଲେଖ ଚନ୍ଦ୍ର ମଲିକଙ୍କର ଘର ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି। ଘରର ଟିଣ ସମ୍ପୂର୍ଣ୍ଣ ଉଡି ଯାଇ ଥିବା ବେଳେ ମାଟି କାନ୍ଥ ଭାଙ୍ଗି ଯିବା ଯୋଗୁଁ ଘରେ ବର୍ଷା ପାଣି ପଡ଼ି ଜିନିଷ ପତ୍ର ନଷ୍ଟ ହୋଇଛି। ବର୍ଷସାରା ଚଳିବା ପାଇଁ ଯାହା ଧାନ, ଚାଉଳ, ପୋଷାକ ପତ୍ର ସାଇତି ରଖିଥିଲେ ସେଗୁଡିକ ବର୍ଷା ପାଣି ପଡ଼ି ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏବେ ଅଲେଖ ନିଜର ପିଲାଛୁଆ ଙ୍କୁ ନେଇ ଅନ୍ୟ ବାରଣ୍ଡା ରେ ମୁଣ୍ଡ ଗୁଞ୍ଜି ରହିଛନ୍ତି। ଲକ ଡାଉନ ସମୟରେ ବାହାରକୁ ଯାଇ କାହାକୁ ଧାର ଉଧାର ମାଗିଲେ ମିଳୁ ନଥିବା ବେଳେ କାମ ଧନ୍ଦା ମଧ୍ୟ ମିଳୁନାହିଁ ଏତିକି ବେଳେ ପ୍ରଶାସନ ଆସି କେବଳ ଜରି ଖଣ୍ଡିଏ ଦେଇ ଚାଲିଯାଇଛି. ଯାହା ତାଙ୍କୁ ବହୁ ବଞ୍ଚିବା ପାଇଁ ରହିବା କଷ୍ଟକର ହୋଇପଡିଛି।ଛୋଟ ଛୋଟ ପିଲାଙ୍କୁ ଦୁଇ ଓଳି ମୁଠାଏ ଖାଇବାକୁ ଦେବା ମଧ୍ୟ କଷ୍ଟ କର ହେଉଥିବା କହିଛନ୍ତି ତାଙ୍କ ସାଇପଡିଶା. ସେହିପରି କାଲିଶା ପଦର ଗ୍ରାମରେ ମଧ୍ୟ ବହୁ ଘର ଭାଙ୍ଗି ଯାଇଥିବା ଜଣା ପଡ଼ିଛି। କ୍ଷତିଗ୍ରସ୍ତ ଲୋକେ ସରକାରୀ ସହାୟତା କୁ ଚାହିଁ ରହିଛନ୍ତି। ତୁମୁଡିବନ୍ଧ ମୁଖ୍ୟ ବଜାରରେ ମଧ୍ୟ ଅନୁରୂପ ଅବସ୍ଥାରେ କ୍ଷତିଗ୍ରସ୍ତ ଲୋକେ ଚଳୁଛନ୍ତି। ଏସବୁ କ୍ଷତିଗ୍ରସ୍ତ ଗରିବ ଲୋକଙ୍କ ପାଇଁ ସରକାର କେବେ ସାହାଯ୍ୟ କରିବେ ଦେଖିବାକୁ ରହିଲା।ଏଭଳି ପରିସ୍ଥିତି ରେ ମାଲିପଡ଼ା ଗ୍ରାମର ୟୁଥମାସ ର ଯୁବକ ମାନେ ଅନ୍ୟ ଏକ ଗାଁ କାଲିସା ପଦର ଯାଇ ଘର ଉଜୁଡି ଯାଇଥିବା ପରିବାର କୁ ଜରିପାଲ ଦେବା ସହ ଘର ସଜାଡୁ ଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ