କାଶିନାଥଙ୍କୁ ସରକାରି ଅନୁଦାନ ମିଳିବ କେବେ?
ହାଟଡିହି, (ବିକାଶ ବିଶ୍ୱାଳ):ଦୀର୍ଘ ୩୧ବର୍ଷ ଧରି ନିଷ୍ଠାର ସହିତ •କିରୀରୁ ଅବସର ପରେ ମଧ୍ୟ ସରକାରୀ ଅନୁଦାନରୁ ବଞ୍ଚିତ ହୋଇ ବାରଦୁଆର ବୁଲୁଛନ୍ତି ଜଣେ ଚତୁର୍ଥ ଶ୍ରେଣି କର୍ମ•ରୀ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି ପରେ ମଧ୍ୟ ପ୍ରାପ୍ୟ ପାଇ ନପାରି ମାନସିକ •ପରେ କାଳତିପାତ କରୁଛନ୍ତି ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ତେନ୍ତୁଲିପଦୀ ଗ୍ରାମର କାଶିନାଥ ପୁହାଣ । ଗତ ୧୯୮୬ ମସିହାରେ ଯୁକ୍ତ ଦୁଇ ବଉଳା ମାଧ୍ୟମିକ ବିଦ୍ୟାଳୟ ସୋସୋରେ କାଶିନାଥ ପୁହାଣ ପିଅନ ଭାବେ କାର୍ଯ୍ୟ ଆରମ୍ଭ କଲେ । ବିଦ୍ୟାଳୟର ପରିଚାଳନା କମିଟି ୬ଶହ ଟଙ୍କା ପ୍ରଥମେ ଦେଉଥିବା ବେଳେ •କିରୀ କାଳ ସରିବା ବେଳକୁ ୩ହଜାର ଟଙ୍କା ବେତନ ପାଇ ଆସୁଥିଲେ କାଶିନାଥ । ତେବେ ଗତ ୨୦୧୭ମସିହାରେ •କିରୀରୁ ଅବସର ନେବା ପରେ ବାକିତକ ଜୀବନ ସୁଖ ଶାନ୍ତିରେ କାଟିବା ପାଇଁ ସରକାରୀ ଅନୁଦାନକୁ ଅପେକ୍ଷା କରିଥିଲେ । ଏନେଇ କାଶିନାଥ ୫-ଟି ସଚିବଙ୍କ ସମେତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଲିଖିତ ଅବଗତ କରାଇଥିଲେ । ଏହି ଚିଠି ପାଇବା ପରେ ବିଭାଗ ପକ୍ଷରୁ ଆନନ୍ଦପୁର ଉପ ଜିଲ୍ଲାପାଳ ତଥା ସୋସୋ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ପତ୍ର ସଂଖ୍ୟା ୧୧୭୫୨ ତା ୨୯/୦୯/୨୦୨୨ରେ ଶ୍ରୀ ପୁହାଣଙ୍କର ବ୍ଲକ ଗ୍ରାଣ୍ଡ ଓ ଜିଆଇଏ ମାଗିଥିଲେ । ମାତ୍ର ଏହା ପ୍ରଦାନ ନକରିବାରୁ ଶେଷରେ ବାଧ୍ୟ ହୋଇ କାଶିନାଥ ୨୯/୦୫/୨୦୨୩ରେ ବିଦ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ । ଧାରଣା ସ୍ଥଳିକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ଆସି ଉପ ଜିଲ୍ଲାପାଳଙ୍କ ଆଦେଶ ଅନୁଯାଇ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପଠାଇବାର ପ୍ରତିଶୃତି ଦେବା ପରେ କାଶିନାଥ ଗଣଧାରଣାରୁ ଉଠିଥିଲେ । ମାତ୍ର ଏହି ଗଣଧାରଣାକୁ ଇତି ମଧ୍ୟରେ ୩ମାସ ବିତିବାକୁ ବସିଥିଲେ ମଧ୍ୟ ଉପ ଜିଲ୍ଲାପାଳ କାଶିନାଥଙ୍କ କାଗଜପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରି ନାହାଁନ୍ତି । ଏନେଇ କାଶିନାଥ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ପରେ ଉପ ଜିଲ୍ଲାପାଳ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ୧୪/୦୮/୨୦୨୩ ସୁଦ୍ଧା କାଗଜପତ୍ର ପଠାଇବାକୁ ପତ୍ର ମାଧ୍ୟମରେ ଅବଗତ କରିଥିଲେ । ହେଲେ କାଗଜପତ୍ର ଅଦ୍ୟାବଧି ପଠାଯାଇ ନାହିଁ । ଶେଷରେ ସବୁଆଡ଼ୁ ନିରାସ ହୋଇ କାଶିନାଥ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ।


