କାଶିପୁର-ଇଛାପୁର ରାସ୍ତା ଅବସ୍ଥା ଶୋଚନୀୟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କାଶିପୁର-ଇଛାପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥସ୍ଥିତ କାଶିବିଶେଶ୍ୱର ମନ୍ଦିର ଛକ ଠାରୁ ଇଛାପୁର ଗ୍ରାମ୍ୟ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଖାଲଖମାରେ ପରିଣତ ହୋଇଛି । ରାସ୍ତାରେ ଚାଲି ଯିବା ଅସମ୍ଭବ ହୋଇପଡିଛି । ଉକ୍ତ ରାସ୍ତା ଉପରେ କାଶିପୁର, ଇଛାପୁର ସମେତ କନ୍ତିଆ ଆଦି ୫ଟି ଗ୍ରାମର ଲୋକ ମାନେ ନିର୍ଭର କରି ଚଳିଥାନ୍ତି । ପ୍ରାୟ ୧୦ ବର୍ଷ ପୂର୍ବେ ଏହି ରାସ୍ତାରେ କେବଳ ମେଟାଲ ଓ ମୋରମ କାର୍ଯ୍ୟ ହୋଇଥିଲା । ଦୀର୍ଘ ବର୍ଷ ହେବ ମରାମତି ଅଭାବରୁ ଏହା ଏବେ ଯାତାୟତ ଅନୁପଯୋଗୀ ହୋଇପଡିଛି । ଉକ୍ତ ରାସ୍ତାର ମରାମତି ସହ ବଗଦା-କାଶିପୁର-କନ୍ତିଆ ଭାୟା ଇଛାପୁର ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।


