କାଶିପେଣ୍ଟ ଗାଁ ପାଖ ଏକ ବିଲ ଗାଡିରୁ ମହିଳାଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

ରାଇରଙ୍ଗପୁର,  (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗାଁ ପାଖରେ ଥିବା ଏକ କରଞ୍ଜ ଝରଣା ନାମକ ଏକ ବିଲ ଗାଡ଼ିଆ ଭିତରୁ ଅଧା ପୋତା କାଦୁଆରେ ଏକ ମଣିଷର ଗୋଡ଼ ବାହାରକୁ ଦେଖାଯାଉଥିବା ଦେଖି ଗାଁ ଲୋକେ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟଙ୍କୁ ଅବଗତ କରାଇଥିଲେ । ସେମାନେ ବିଶୋଇ ଥାନାକୁ ଖବର ଦେଇଥିଲେ। ସୂଚନାଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ସମୟରେ କେହି ଜଣେ ଗାଁ ଲୋକ ମୁଷା ଶିକାର କରିବା ପାଇଁ ଉକ୍ତ ବିଲ ଭିତରେ ଥିବା ସେହି ଗାଡ଼ିଆକୁ ଆସିଥିଲା। ଫଳରେ ସେ ଉକ୍ତ ଗାଡ଼ିରେ କାଦୁଆ ଭିତରେ ପୋତା ହୋଇଥିବ ଶବ ଦେଖିବାକୁ ପାଇଥିଲା ଯାହାର ୯୦ ଭାଗ ଅଂଶ କାଦୁଅରେ ପୋତି ହୋଇଯିବା ବେଳେ ଖାଲି ଡ଼ାହାଣ ଗୋଡଟି ମଣିଷର ପରିଚୟ ଦେଉଥିଲା। ଏହା ଦେଖି କାଷିପେଣ୍ଟ ଗାଁର ଓ୍ଵାର୍ଡ ମେମ୍ବର ଦୁର୍ଗା ଚରଣ ସିଂ ସୋମବାର ସନ୍ଧ୍ୟାରେ ଲୁହାକାନୀ ସରପଞ୍ଚ, ସାଲମା ଟୁଡୁ ସମିତି ସଦସ୍ୟ ଦିଲିପ୍ କୁମାର ଗିରି , ନାଏବ ସରପଞ୍ଚ ଜଗମୋହନ ନାଏକଙ୍କୁ ଖବର ଦେଇଥିଲେ, ଖବର ପାଇ ମଙ୍ଗଳବାର ସକାଳୁ ଆସି ଉକ୍ତ ଘଟଣାକୁ ଦେଖି ବିଶୋଇ ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ବିଶୋଇ ଥାନାଧିକାରୀଣୀ ମୀନା ଭୋଇ, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ବାରିପଦା ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ ।ତଦନ୍ତରୁ ଜାଣିବାକୁ ପାଇଲେ କାଶିବେଣ୍ଟ ଗ୍ରାମର ସ୍ଵର୍ଗତ ଲେଢ଼ା ସିଂ ଙ୍କୁ ଦିତୀୟ ପତ୍ନୀ ସଖି ସିଂ (୪୫) ।ପୋଲିସ ସଖି ସିଂ ଙ୍କ ସାବତ ପୁଅ କନ୍ଦା ସିଂ ଏବଂ ତାଙ୍କ ପତ୍ନୀ କଳ୍ପନା ସିଂ ଙ୍କୁ ପଚରା ପୂରି କରୁଛି ।ମୃତକ ସଖି ସିଂ ନାମରେ ଏକ କେଶ ମାମଲା ୧୫୭/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।ଖୁବ୍ ଶିଘ୍ର ସଖି ମୃତ୍ୟୁର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ