କାଶିବିଶେଶ୍ୱର ମନ୍ଦିରର ବାର୍ଷିକ ଉତ୍ସବ ଉଦ୍ଯାପିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କାଶିପୁର ଛକରେ ଅବସ୍ଥିତ କାଶିବିଶେଶ୍ୱର ମନ୍ଦିର ଦ୍ୱିତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଦିବସରେ ନିକଟସ୍ଥ ହାଟଡିହୀ ପୁଷ୍କରିଣୀରୁ ୨୧ଗୋଟି କଳସ ଅଣାଯାଇ ଗ୍ରାମ ପରିକ୍ରମା ପରେ ଘଟ ସ୍ଥାପନା କରାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ଉକ୍ତ ପୂଜାରେ ପୂଜକ କୃଷ୍ଣ ଚନ୍ଦ୍ର ପଣ୍ଡା, ମାରୁତ ନନନ୍ଦ ଜୀଉ, ଚନ୍ଦନ କୁମାର ତ୍ରିପାଠୀ, ନାରାୟଣ ଶତପଥି, ଶାନ୍ତନୁ କୁମର ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିଲେ । କର୍ତ୍ତା ଭାବରେ ଜଗନ୍ନାଥ ନାୟକ, ସୋମନାଥ ନାୟକ, ପ୍ରିୟନାଥ ନାୟକ, ସୁଦର୍ଶନ ଦାସ, ଅଲେଖ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ପାତ୍ର, ନୃସିଂହ ନାୟକ ପୂଜାରେ ବସିଥିବା ବେଳ ବିଷ୍ଣୁ ମୋହନ ଘଡାଇ, ଅନିଲ କୁମାର ନାୟକ, ଜୟୀରାମ ବାଇ, ଦାମୋଦର ଜେନା, ଆନନ୍ଦ ଚନ୍ଦ୍ର ନାୟକ, ଗୁରୁ ଚରଣ ନାୟକ, ବ୍ରହ୍ମାନନ୍ଦ ନାୟକ, ରବିନ୍ଦ୍ର ନାୟକ, ଆଦିକନ୍ଦ ନାୟକ, ପଦ୍ମନାଭ ନାୟକଙ୍କ ସମେତ ବଗଦା-କାଶିପୁର ସମସ୍ତ ଗ୍ରାମବାସୀ ସହାୟତା କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ