କାଶୀନଗରରେ ଡେଙ୍ଗୁରୋଗୀ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସହରରେ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି । ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ପାର୍ଥସାରଥୀ ବେହେରାଙ୍କ ସୂଚନା ଅନୁଯାୟୀ ଆଗରୁ ଦୁଇ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ତୃତୀୟ ରୋଗୀ ବି ରହିଛି ବୋଲି ଏବେ ଜନସାଧାରଣଙ୍କ ସୂତ୍ରରୁ ଜଣା ପଡିଛି । ତେବେ ସେ ଗଜପତିରେ କେଉଠି ପରୀକ୍ଷା କରି ନ ଥିଲେ । ଆନ୍ଧ୍ରର କତ୍ତୁରୁରେ ପରୀକ୍ଷା କରାଇ ରିପୋର୍ଟ ଆଣିଥିବା ଶୁଣିବାକୁ ମିଳୁଛି । ଏଠାରେ ପ୍ରକାଶ ଯୋଗ ଯେ, କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ପରୀକ୍ଷା କରାଯିବାର ବ୍ୟବସ୍ଥା ନାହିଁ । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଉପଲବ୍ଧ । ମଶା ପ୍ରାଦୁର୍ଭବ ବଢି ଚାଲିଥିବା ବେଳେ ଏହାକୁ ରୋକିବା ଲାଗି ଏନ୍ଏସି ତଫରୁ କୌଣସି ଫଳପ୍ରଦ ପଦକ୍ଷେପ ନିଆଯାଉ ନାହିଁ । ଧୂଆଁ ଛାଡିବା ମେସିନ୍ ଅବ୍ୟବହୃତ ହୋଇପଡି ରହିଛି । ତେଣୁ ଆବର୍ଜନା ପୂର୍ଣ୍ଣ ନାଳ ନର୍ଦମା ସଫା କରିବା ସହ ପ୍ରିତିଦିନ ଧୂଆଁ ଛଡା ମେସିନ ସହର ସାରା ବୁଲାଇବାକୁ ଜନସାଧାରଣ ଦାବି କରିଛନ୍ତି ।


