କାଶୀନଗରରେ ନବୀନ ଓଡିଶା ସଚେତନତା ଶିବିର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତ୍ରଗତ ବୁଦୁରା ଗ୍ରାମପଞ୍ଚାୟତ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, କାଶିନଗର ବ୍ଲକ ଅଧକ୍ଷା ବାଲ୍ଲା ସାୟମ୍ମା, ଏସ.ଡି.ସି ଅଧ୍ୟକ୍ଷା ଆଖିଲା ପାତ୍ର, ରୋକ୍କାମ ସତୀଶ, କାଟିକା ରାମାରାଓ, ବୁଦୁରା ଗ୍ରାମ ପଞ୍ଚାୟତ ସମିତି ସାବୟା ରୋକ୍କମ୍ ବାବୁରାଓ, କାଶୀନଗର ବ୍ଲକ୍ ର ଏଇ ନାରାୟଣ ପାଡି, ଖାଣ୍ଡାଭ ଗ୍ରାମ ସରପଞ୍ଚ ଙ୍କ ସ୍ବାମୀ କାଲିସେଟୀ ମଦୁ ଓ ବୁଦୁରା ସରପଞ୍ଚ ସମିତି ଓ ନେତା ମାନେ ଯୋଗ ଦେଇଥିଲେ। ଏହି ଶିବିର ରେ ଇଂ ରୂପେଶ ପାଣିଗ୍ରାହୀ ଯୋଗଦେଇ ବ୍ୟାଙ୍କିଙ୍ଗ ଭିରିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା ଏବଂ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟାଜନ କରାଯାଇଥିଲା