କାଶୀନଗରରେ ନିଯୁକ୍ତି ମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କାଶୀନଗର ବ୍ଲକ ଅଫିସ ପରିସରରେ ଏକ ନିଯୁକ୍ତିମେଳା ଆୟୋଜିତ ହୋଇଯାଇଛି । ବିଡିଓ ଡ.ଲକ୍ଷୀ୍ମ ପ୍ରସାଦ ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ । ରେନ୍‌, ହେଲ୍‌ଥ କେୟାର, ଅନ୍ନପୂର୍ଣ୍ଣା ଇତ୍ୟାଦି କମ୍ପନୀ ମେଳାରେ ଭାଗ ନେବା ସହ ୫ମ ବା ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ସମ୍ପର୍ଣ୍ଣ ଯୁବକ ଯୁବତୀମାନଙ୍କୁ ବାଛିଥିଲେ ବିଭିନ୍ନ ଚାକିରି ସକାଶେ ତାଲିକା ଦେବା ପାଇଁ କେତେକ ଚାକିରି ପାଇଁ ତାଲିମ୍ ଆବଶ୍ୟକ ନଥିବାରୁ ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ସେସବୁ କ୍ଷେତ୍ରରେ ସିଧା ସଳଖ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଆୟୋଜକଙ୍କୁ ସୂତ୍ରରୁ ପ୍ରକାଶ । ପୁରୁଷ ଓ ମହିଳା ବେଡ୍ ଆଇଡ୍ ଆଟେଣ୍ଡାଣ୍ଟ, ମେଇଡ (କେବଳ ମହିଳା) ହାଉସ୍ କିପିଙ୍ଗ, ମାର୍କେଟିଂ ପ୍ରଭୃତି କ୍ଷେତ୍ରରେ ନିଯୁକ୍ତି ସକାଶେ ପ୍ରାର୍ଥୀଙ୍କୁ ବଛା ଯାଉଥିଲା । ଗଜପତି ଜିଲ୍ଲା ପ୍ରଶାସନ ତଫରୁ ଏହି ନିଯୁକ୍ତ ମେଳା ଆୟୋଜିତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ