କାଶୀନଗରରେ ନୂଆଖାଇ ପର୍ବ ପାଳିତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପର୍ବ ଉପାନ୍ତ ଅଂଚଳ କାଶୀନଗର ଠାରେ ମଧ୍ୟ ଆଡମ୍ବର ସହକାରେ ପାଳିତ ହୋଇଯାଇଛି. ସ୍ଥାନୀୟ ଅନୁଷ୍ଠାନ ବଂଶଧାରା ପାଠାଗାର ପରିସରରେ ସଭାପତି ହୃଷିକେଶ ଗୌଡ଼ଙ୍କ ଆବାହକତ୍ୱରେ ଆୟୋଜିତ ପର୍ବରେ ନୂତନ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଏନ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁ ସଂମ୍ମାନୀତ ଅତିଥି ଭାବେ ଯୋଗଦେଇ ନୂତନ ଥାନା ଅଧିକାରୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ରାଜେଶ କୁମାର ପଟ୍ଟନାୟକ ପ୍ରଶାନ୍ତ ମିଶ୍ର ରାଜେଶ ମିଶାଲ ଟୁନା ଚୌଧୂରୀ ସିମାଞ୍ଚଳ ମହାରଣା ପ୍ରମୁଖ ଭାଗ ନେଇଥିଲେ. ପର୍ବରେ ଥାନାର ବେଣୁ ଗୋପାଳ ମମତା ପଣ୍ଡା ଡାକ୍ତର ବେଦପ୍ରକାଶ ବ୍ୟାଙ୍କର ପୂର୍ବତନ ପ୍ରବନ୍ଧକ ରବିନ୍ଦ୍ର ନାଥ ମଲ୍ଲିକ ମୁରଲୀ କିଶୋର କୁମାର ଜେନା ରଘୁନାଥ ଆପଟ ସହ ବହୁ ବୁଦ୍ଧିଜୀବୀ ବିଭିନ୍ନ ବିଭାଗର କର୍ମଚାରୀମାନେ ଯୋଗ ଦେଇ ଗଣ ପର୍ବ ନୂଆଖାଇ ଭେଟଘାଟ କରି ଉତ୍ସାହର ସହ ପାଳନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ