କାଶୀନଗରରେ ପୋଲିସର ଫ୍ଲାଗ ମାର୍ଚ୍ଚ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ କାଶୀନଗର ପୋଲିସ୍ ତରଫରୁ କାଶୀନଗର ଏନ୍ଏସି ଓ ଆଖ ପାଖ ଗ୍ରାମାଞ୍ଚଳରେ ପୋଲିସ ତରଫରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା,ଅପରାଧିକ କାର୍ଯ୍ୟ ଠାରୁ ଦୂରରେ ରହିବା, ଭୟଭୀତ ନ ହେବା ପାଇଁ ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ସ୍ଥାନୀୟ ଥାନାଧିକାରୀ ଗୋବିନ୍ଦ ଗୌଡ଼ ଙ୍କ ନେତୃତ୍ୱରେ କାର୍ଯ୍ୟରତ ଏସ୍ ଆଇ ମାନେ ଭାଗନେଇଥିଲେ। କେନ୍ଦ୍ରୀୟ ସୁରକ୍ଷା ବଳର ଏକ ପ୍ଲାଟୁନ ଫୋର୍ସ ପ୍ୟାରେଡ କରି ନଗର ପରିକ୍ରମା କରିଥିଲେ। ଯେଉଁ ବୁଥ ଗୁଡ଼ିକ ସମ୍ବେଦନଶୀଳ, ସେଗୁଡ଼ିକରେ ପୋଲିସର ତୀକ୍ଷ୍ଣ ନଜର ରହିଛି। ରାତ୍ର ପେଟ୍ରୋଲିଂ ଓ ଯାନବାହାନ କଡାକଡି ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ