କାଶୀନଗରରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ରାଜ୍ୟ ବିଜେପି ସରକାରଙ୍କୁ ସମାଲୋଚନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ ଏନଏସିରେ ବିଜୁ ଜନତା ଦଳ ତରଫରୁ ପାରଳାଖେମୁଣ୍ଡି ବିଧାୟକ ଇ. ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି. ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା. କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିଲେ ସମସ୍ତ ବର୍ଗର ଭତ୍ତା ୩୦୦୦ ଟଙ୍କାରୁ ଅଧିକ କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ | ମାତ୍ର ସରକାରକୁ ଆସିବା ପରେ ତାହା ପାଳନ ନ କରି ଓଡ଼ିଶାର ବୃଦ୍ଧବୃଦ୍ଧାଙ୍କ ପ୍ରତି ବିଶ୍ଵାସ ଘାତକତା କରିଛନ୍ତି. ସେହିପରି ୩୦୦ ୟୁନିଟ ବିଜୁଳି ଛାଡ଼, ସୁଭଦ୍ରା ଯୋଜନାରେ ପାତରଅନ୍ତର, ମଦମୁକ୍ତ ଓଡ଼ିଶା, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି, ଚିଟଫଣ୍ଡ ଟଙ୍କା ପ୍ରଦାନ ଓ ଶାନ୍ତି ପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଦି ନେଇ ବିଜେପି ସରକାରଙ୍କୁ ଏହି ପଦଯାତ୍ରାରେ ସମାଲୋଚନା କରାଯାଇଥିଲା.ଏଥିସହ ବିଭିନ୍ନ ସ୍ଲୋଗାନ ଦେଇ କାଶୀନଗର ବ୍ଲକର ସୀତାପୁର, ଖାରଡ଼ା, ହାଡୁଭାଙ୍ଗି, କିଡିଗାଁ, ବୁଦୁରା ପଞ୍ଚାୟତ ସହ କାଶୀନଗର ଏନଏସିରେ ପଦଯାତ୍ରା କରାଯାଇଥିଲା। ଉକ୍ତ ଜନସମ୍ପର୍କ ପଦଯାତ୍ରାରେ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ, ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୌରାଧ୍ଯକ୍ଷା ନିର୍ମଳା ସେଠୀ, କାଶୀନଗର ବ୍ଲକ ଅଧ୍ୟକ୍ଷା ବି. ସାୟାମ୍ମା, ଗୁମ୍ମା ବ୍ଳକ ଅଧ୍ଯକ୍ଷା ସୁନେମି ମଣ୍ଡଳ, କାଶୀନଗର ନଗର ବିଜେଡି ସଭାପତି ଆର୍ ଚଳପତି ରାଓ, ନଗର ଯୁବ ବିଜେଡି ସଭାପତି ରାଜେଶ ମିଶାଲ, ବରିଷ୍ଟ ବିଜେଡି ନେତା କରାମି ଆପ୍ପା ରାଓ, କେ ଜୀବରତ୍ନ ଓ ବ୍ଲକର ସମସ୍ତ ସରପଞ୍ଚ/ ସମିତି ଓ ଶତାଧିକ ବିଜେଡି କର୍ମୀମାନେ ସମବେତ ହୋଇଥିଲେ.