କାଶୀନଗରରେ ମିଶନ ଶକ୍ତି ଦ୍ୱାରା ବିୟୁଟି ସେଣ୍ଟର ଖୋଲିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିର ବ୍ଲକ-ସିଏଚ୍‌ସି ଛକ ନିକଟରେ ମିଶନ ଶକ୍ତି ପକ୍ଷରୁ ଏକ ବିଉଟି ସେଣ୍ଟର ଖୋଲିଥିବାର ଜଣାପଡିଛି । ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଅଜୟ ପରିଡାଙ୍କ କହିବାନୁଯାୟୀ ଗତ ସେପ୍ଟମ୍ବର ୨ ତାରିଖରେ ଗଜପତି ଜିଲ୍ଲାପାଳ ଉକ୍ତ ସେଣ୍ଟରକୁ ଉଦ୍‌ଘାଟନ କରିବାର ଥିଲା । ଅନିର୍ବାର୍ଯ୍ୟ କାରଣ ବଶତଃ ସେ ଆସିନପାରିବାରୁ ଉଧଘଟାନ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆଜି ରବିରା ପୂର୍ବାହ୍ନରେ ଏହା ଖୋଲିଛି । ଏହି ବିୟୁଟି ସେଣ୍ଟରର ଶୁଭାରମ୍ଭ ଅବସରରେ କେହି ଜିଲ୍ଲାସ୍ତରୀୟ ଅଧିକାରୀ ଆସିନଥିବାର ଜଣାପଡିଛି । କିତାଙ୍ଗି ଗ୍ରାମର ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠିକୁ ସେଣ୍ଟରର ପରିଚାଳନା ଦାୟିତ୍ୱ ଦିଆଯାଇଛି । ବିଉଟିସିଆନ୍ ଭାବେ ଧନଲକ୍ଷ୍ମୀ ଦୋରା ଓ ହେମଲତା ମିସାଲ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଏସ୍‌. କବିତା ସେମାନହ୍‌କୁ ସହାୟତା ଦେଉଛନ୍ତି । ତେବେ ଉଲ୍ଲିଖିତ ତିନି ବଉଟିସିଆନ୍ କହିଚନ୍ତି ଯେ, ଆନୁଷ୍ଠାନିକ ଭାବେ କୌଣସି ଠାରେ ତାଲିମ ନେଇନାହାନ୍ତି । କେବଳ ୟୁଟ୍ୟୁବ ଜରିଆରେ ଯାହା କିଛି ଶିଖିଛନ୍ତି ବୋଲି ପ୍ରକାଶ କରିଛନ୍ତି । ବିୟୁଟି ସେଣ୍ଟର ପାଇଁ ୨ଲକ୍ଷଟଙ୍କା ଖର୍ଚ୍ଚ ହୋଇଛି । ବିପିଏମ୍‌ଙ୍କ କହିିବା ଅନୁଯାୟୀ ସେ ଓ ଡିପିଏମ୍ ଏଥିପାଇଁ ଅର୍ଥ ବିନିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଉଲ୍ଲିଖିତ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଲିଙ୍କେଜ ଜରିଆରେ ଋଣ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ