କାଶୀନଗରର ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ଯୁବଶକ୍ତିଙ୍କ ସୃଜନ ଶକ୍ତି ର ବିକାଶ, ଆତ୍ମବିଶ୍ଵାସକୁ ତ୍ୱରାନ୍ୱିତ କରବା ଓ ଲୁକ୍କାୟିତ ପ୍ରତିଭା ମାନ ଲୋକଲୋଚନ କୁ ଆଣିବା ଉଦେଶ୍ୟରେ ଆମ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ନୂଆ -ଓ କାର୍ଯ୍ୟକ୍ରମ ଆଜି ଅନ୍ତିମ ପର୍ଯ୍ୟାୟ ପହଂଚି ଉଦଯାପନୀ ଉତ୍ସହବ ଅନୁଷ୍ଠିତ ହୋଇଛି.ମୁଖ୍ୟତଃ ସଂସ୍କୃତିକ, ସମାଜସେବା ଓ କ୍ରୀଡା ସଚେତନା କ୍ଷେତ୍ରରେ ଯୁବପିଢ଼ି ବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଆୟୋଜନ କରି କାଶୀନଗର ସ୍ଥିତ ଶ୍ରୀରାମ ସ୍ନାତକ ମହାବିଦ୍ୟାଳୟ ଗଜପତି ଜିଲ୍ଲା ର ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥିବା ଏହି ଉଦଯାପନୀ କାର୍ଯ୍ୟକ୍ରମକୁ ଆସିଥବା ମୁଖ୍ୟ ଅତିଥି ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ନିଜ ବକ୍ତବ୍ୟ ରେ କହିଥିଲେ. ମୁଖ୍ୟ ବକ୍ତା ଭାବେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ, ସମ୍ମାନନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ଉପାଧ୍ୟକ୍ଷ ରଘୁରାମ ସାହୁ, ଦମ୍ବସାରା ରେଜିନାଲ କଲେଜ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବନପାଲି ଓ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ହୃଷିକେଶ ଗୌଡ଼ ମଞ୍ଚସିନ ହୋଇ ବିଭିନ୍ନ ଗଳ୍ପ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭା ମାନ କିପରି ବିକଶିତ ହୋଉ ତଥା ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ମାନଙ୍କରେ କୃତକାର୍ଯ୍ୟ ନ ହେଲେ ଭାଙ୍ଗି ନ ପଡି ନିଜ ନିଜ ଚେଷ୍ଟା କୁ ଅବ୍ୟାହତ ରଖିବା ପାଇଁ ବକ୍ତବ୍ୟ ଦେଇଥିଲେ. କଲେଜ ହୋଇଥିବା ବିଭିନ୍ନ ବିଭାଗ ର ପ୍ରତିଯୋଗିତା ମାନଙ୍କ ରେ କୃତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ଥିଲା. ଶେଷରେ ଦେବକାନ୍ତ ମିଶ୍ର ଆସିଥିବା ଅତିଥି ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ.


