କାଶୀନଗର ଅଗ୍ନିଶମ ବିଭାଗ ତରଫରୁ ମକ୍ଡ୍ରିଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ର ଖାଣ୍ଡବା, ପାଉଁଡ଼ା ଓ ଭୂପତି ଲକ୍ଷ୍ମୀପୁର ଗ୍ରାମରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି, ଗୁମ୍ଫା ଓ କାଶୀନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ କୌଶଳମାନ ପ୍ରଦର୍ଶନ କରି ଗ୍ରାମବାସୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏସ୍ଏଚ୍ଜି ମହିଳା ଓ ମିସନ ଶକ୍ତି ଗ୍ରୁପର ମହିଳାମାନଙ୍କୁ କିଭଳି ବିପଦରୁ ବର୍ତ୍ତିବେ ବୁଝାଇଥିଲେ.ଖାଣ୍ଡବା ଠାରେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲ୍ଲିକଙ୍କ ଉପସ୍ଥିତିରେ କାଶୀନଗର ଅଗ୍ନିଶମ ଅଧିକାରୀ କେ. ଦଣ୍ଡବାବୁ ଓ ତାଙ୍କ ସହକର୍ମୀ କୌଶଳ ପ୍ରଦର୍ଶନ କରିଥିଲେ। ସେହିଭଳି, ଭୂପତି ଲକ୍ଷ୍ମୀପୁର ଗ୍ରାମରେ ତହସିଲଦାର ଅଶୋକ ଉପସ୍ଥିତିରେ କୁମାର ପ୍ରଧାନଙ୍କ ପାରଳାଖେମୁଣ୍ଡି ମୁଖ୍ୟ ଆଗ୍ନିକ ମାଗୁଣି ବେହେରା ଓ ତାଙ୍କ ସହକର୍ମୀ କୌଶଳ ଶିଖାଇଥିଲେ। ପାର୍ଉଡା ଠାରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କ ଉପସ୍ଥିତିରେ ଗୁମ୍ଫାର ଅଗ୍ନିଶମ ବିଭାଗ ଅଧିକାରୀ କୁମାର କୁନା ଦଳେଇଙ୍କ ସହ ତାଙ୍କ ସହ କର୍ମଚାରୀମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜେନେରେଟର୍, ବିଭିନ୍ନ ଆସବାବପତ୍ର, ରୋଷେଇ ସାମଗ୍ରୀ ଆଦି ଅଧିକାରୀମାନଙ୍କ ଦ୍ବାରା ଯାଞ୍ଚ କରାଯାଇଥିଲା। କାର୍ଯ୍ୟକ୍ରମରେ ପିଓ ସନ୍ତୋଷ ବାହାଦୂର ଓ ଭାରପ୍ରାପ୍ତ ପ୍ରକଳ୍ପ ଅଧିକାରୀ ଜଗନ କୁମାର ବାରିକ ଉପସ୍ଥିତ ଥିଲେ ।