କାଶୀନଗର ଉପୋଭୋକ୍ତା ଅଧିକାର ସୁରକ୍ଷା ସମିତିର କାର୍ଯ୍ୟକାରୀ କମିଟି ବୈଠକ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗର ସ୍ଥାନୀୟ ମଦନ ମୋହନ ମନ୍ଦିର ପରିସରରେ କାଶୀନଗର ଉପଭୋକ୍ତା ଅଧିକାର ସୁରକ୍ଷା କମିଟିର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ସଭାପତି ରାଜେଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଶ୍ରୀ ଚକ୍ରପାଣି ନାୟକ ବିବରଣୀ ପାଠ କରିଥିଲେ | ସମିତିର ଗଜପତି ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ର ଓ ସମ୍ପାଦକ ଆର ଲୋକନାଥ ଆଲୋଚନାରେ ଭାଗ ନେଇଥିଲେ | ପ୍ରତ୍ୟକ ମାସର ପ୍ରଥମ ରବିବାର ପୂର୍ବାହ୍ନ ୧୦ ଟା ବେଳେ କାର୍ଯ୍ୟକାରୀ ବୈଠକ କରିବା ପାଇଁ ନିଷ୍ପତି ନିଆଯାଇଥିଲା | ରନ୍ଧନ ଗ୍ୟାସ, ବିଦ୍ୟୁତ୍ ବିଲ, ଆର.ଟି.ଆଇ ପବ୍ଲିକ ସର୍ଭିସ ଓ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ପର୍ଯ୍ୟାୟ କ୍ରମେ ସଚେତନତା ସୃଷ୍ଟି ଲାଗି ଆଗତ ପ୍ରସ୍ତାବ ଗୃହୀତ ହୋଇଥିଲା ସର୍ବସମ୍ମତି କ୍ରମେ ଚଳିତ ମାସ ୨୦ ତାରିଖ ଦିନ ଶୋଭାଯାତ୍ରା ଓ ସଭା କରି ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହତ ପାଇଁ ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେବା ଲାଗି ନିଷ୍ପତି ନିଆଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ