କାଶୀନଗର ଏନଏସି ଡିଭାଇଡର୍ ନ ଭାଙ୍ଗିବା ପାଇଁ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ସହରର ମୁଖ୍ୟରାସ୍ତା ପଟେଲ୍ ରୋଡର ବ୍ଲକ ଛକ ଠାରୁ ଫରେଷ୍ଟ ଜଙ୍କସନ୍ ମଧ୍ୟରେ ଥିବା ଅଂଶରେ ଏନ୍ଏସି ତରଫରୁ ନିର୍ମିତ ଏକ ଡିଭାଇଡର୍ ରହିଛି । ଅଳ୍ପ ଦିନ ତଳେ ଉକ୍ତ ଡିଭାଇଡର୍କୁ ମରାମତି କରାଯିବା ସହ ସେଥିରେ ରଙ୍ଗ ଦିଆଯାଇଥିଲା । ମଙ୍ଗଳବାର ଦିନ ଡିଭାଇଡର ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯିବା ବେଳେ କେତେକ ବ୍ୟକ୍ତି ତାର ବିରୋଧ କରିଥିଲେ ଓ ଡିଭାଇଡର୍ ନଭାଙ୍ଗିବା ପାଇଁ ଏନଏସି ଇଓ ଦୟିତ୍ୱରେଥିବା ବିଡିଓଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଦାବି ଉପସ୍ଥାପନ ବେଳେ ଜଣାଇଥିଲେ ଯେ, ଡିଭାଇଡରକୁ ପୁଣି ଭାଙ୍ଗିବା ସରକାରୀ ଅର୍ଥିର ଖୋଲାଖୋଲି ଅପବ୍ୟୟ । ତେବେ ଇନ୍ଚାର୍ଜ ଇଓ ତଥା ବଡିଓ ଡ. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ କହିବା ଆନୁଯାୟୀ ଉଲ୍ଲେଖିତ ଡିଭାଇଡର ରାସ୍ତାକୁ ସମାନ ଦୁଇ ଭାଗରେ ବିଭକ୍ତ କରୁନାହି । ଡିଭାଇଡର୍ର ଗୋଟିଏ ପଟେ ରାସ୍ତା ଅଣଓସାରିଆ ଥିବା ବେଳେ ଅନ୍ୟପଟେ ପ୍ରଶସ୍ତିକରଣ ସମସ୍ୟା ରହିଛି । ତେଣୁ ଥିବା ଡିଭାଇଡର୍କୁ ଭାଙ୍ଗୀ ରାସ୍ତାକୁ ସମାନ ଦୁଇ ଭାଗରେ ବିଭକ୍ତ କଲା ଭଳି ପୁଣି ନିର୍ମାଣ କରାଯିବ । ଆବଶ୍ୟକ ହେଲେ ଏଥିପାଇଁ ରାସ୍ତାକୁ ଲଗିଥିବା ଜବର ଦଖଲ ହଟାଇବା ସକାଶେ ପଦକ୍ଷେପ ନିଆଯିବ ପ୍ରଶାସନ ତରଫରୁ ।


