କାଶୀନଗର ଏନ୍‌ଏସିର ପଲିଥିନ ମୁକ୍ତ ପାଇଁ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସିରେ ପଲିଥିନ ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦିଆଯିବା ସହ ସାଧାରଣଙ୍କୁ ସଚେତନ କରାଯାଇଛି । ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ସତ୍ୟସମ୍ପୂର୍ଣ୍ଣା ରାଉତଙ୍କ ନିର୍ଦ୍ଦେଶକ୍ରମେ କାଶୀନଗର ସହରକୁ ପଲିଥିନ ମୁକ୍ତ କରିବାପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ କାଶୀନଗର ଏନ୍‌ଏସିର କାର୍ଯ୍ୟରତ ସ୍ୱଚ୍ଛସାଥୀ, ସୁପରଭାଇଜର, ସଫେଇ କର୍ମଚାରୀମାନେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତାମାନ ପ୍ଲାକର୍ଡ ଧରି ସ୍ଲୋଗାନ ଦେଇ ପଲିଥିନ ବ୍ୟବହାର ନ କରିବା ପାଇଁ ଆହ୍ୱାନ ଦେଇଥିଲେ । ବ୍ୟକ୍ତି ବିଶେଷମାନେ ବଜାରକୁ ଗଲେ ସାଙ୍ଗରେ ଏକ ବ୍ୟାଗ ଧରିବା ଅଭ୍ୟାସ କରିନେଲେ ଆମେ ନିଶ୍ଚୟ ଏକ ଛୋଟ ଅଭ୍ୟାସରୁ ପ୍ଲାଷ୍ଟିକ ବା ପଲିଥିନ ବ୍ୟବହାରକୁ ରୋକିପାରିବା ବୋଲି ପ୍ରବର୍ତ୍ତାଇଥିଲେ । ଏହା ସହ ବିଭିନ୍ନ ହୋଟେଲ ଓ ଦୋକାନୀମାନଙ୍କ ନିକଟକୁ ଯାଇ ପଲିଥିନ ବ୍ୟବହାର ନ କରିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ