କାଶୀନଗର ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସିଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନାରେ ନୂତନ ଥାନା ଅଧିକାରୀ ( ଆଇ ଆଇ ସି ) ଭାବେ ଗୋବିନ୍ଦ ଗୌଡ଼ ଦାୟିତ୍ୱ ଗ୍ରହଣ କରିଛନ୍ତି. ସେହିପରି ଗୋଶାଣୀ ବ୍ଲକର ଗାରବନ୍ଧ ଥାନାର ନୂତନ ଆଇଆଇସି ଭାବେ ରୀନା ରାଣୀ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି. ଏଠାରେ ଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ କନ୍ଧମାଳକୁ ବଦଳି ହୋଇଯାଇଛି. କାଶୀନଗର ଥାନାର ନୂତନ ଆଇଆଇସି ଭାବେ ଶ୍ରୀ ଗୌଡ଼ ଦାୟିତ୍ୱ ଗ୍ରହଣ କରି କହିଛନ୍ତିଯେ, କାଶୀନଗର ଥାନା ଅଂଚଳରେ ପୋଲିସ ବ୍ୟବସ୍ଥାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ସହ ଆଇନ ଶୃଙ୍ଖଳା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବେ.ସେହିପରି ଶ୍ରୀମତି ସାହୁ ଏଥି ପୂର୍ବରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁର ଥାନାର ଥାନା ଅଧିକାରିଣୀ ଭାବେ ଅବସ୍ଥାପିତ ଥିଲେ । ଦାୟିତ୍ବ ଗ୍ରହଣ ପରେ ନୂତନ ଥାନା ଅଧିକାରିଣୀ ନିଜ ପ୍ରତିକ୍ରିୟାରେ ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି ଯେ, ଗାରାବନ୍ଧ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଏବଂ ପୋଲିସ ଓ ଥାନା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରାଯିବ । ସୂଚନାଯୋଗ୍ୟଯେ, ଗାରାବନ୍ଧ ଥାନାରେ ପୂର୍ବରୁ ଥିବା ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କୁ ଗଜପତି ଜିଲ୍ଲା କାଶୀନଗର ଥାନାର ଥାନା ଅଧିକାରୀଭାବେ ବଦଳି ହୋଇଛି । ଶ୍ରୀ ଗୌଡ ଗାରାବନ୍ଧା ଥାନାରେ ମାତ୍ର ନଅ ମାସ ପନ୍ଦର ଦିନ ଦାୟିତ୍ବ ତୁଲାଇଥିଲେ ମଧ୍ୟ ବେସ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ଏହି ସ୍ବଳ୍ପ କାଳରେ ସମୟରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶଂସା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ