କାଶୀନଗର ଗଣେଶ ଲଡ଼ୁ ନିଲାମ

କାଶୀନଗର, (ରାଜେଶ କୁମାର ପଟନାୟକ): ଗଜପତି ଜିଲ୍ଲା କାଶୀନଗର ଠାରେ ଗଣେଶ ପୂଜା ନିମନ୍ତେ ପ୍ରସିଦ୍ଧ. ଏହି ପୂଜା ୭ ଦିନ ଧରି ଚାଲିଥାଏ. ଗତ ରାତ୍ରିରେ କାଶୀନଗର ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ମଜାଲା ସାହି ପନ୍ଦରା ସାହି ଗଣେଶ ମୂର୍ତ୍ତିକୁ ଆଡମ୍ଭର ସହକାରେ ଘଣ୍ଟା ନୂତ୍ୟ ବଂଶ ଧାରା ନଦୀରେ ଭସାଣି କରାଯାଇଥିଲା. ପୂଜା ମଣ୍ଡପରେ ପ୍ରସାଦ ପାଇଁ ରଖାଯାଇଥିବା ଲଡ଼ୁ ଗୁଡିକ ମଧ୍ୟ ପରସ୍ପରିକା ଭାବେ ନିଲାମ କରାଯାଇଥିଲା. ଏଠାରେ ଗଣେଶ ଠାରେ ଭୋଗ ଲଗାଯାଇଥିବା ଲଡ଼ୁ ଭକ୍ତ ମାନେ ନିଲାମ ନେଇଯାଇଛନ୍ତି. ଯାହା ଦ୍ୱାରା ଲଡ଼ୁ ନେଇ ଭକ୍ତ ମାନେ ବନ୍ଧୁ ବାନ୍ଧବକୁ ବଣ୍ଟନ କରିଲେ ବର୍ଷ ସାରା ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି. ଗତକାଲି ବ୍ଲକ ଛକ ଲଡ଼ୁ ୧୬ହଜାର ଟଙ୍କା ଷ୍ଟେଟ ବ୍ୟାଙ୍କ ଛକ ୨୫ ହଜାର ଓ ପନ୍ଦରା ସାହି ମଧ୍ୟ ନିଲାମ ହୋଇଥିଲା. ନିଲାମ ସ୍ଥଳରେ ବହୁ ଭକ୍ତ ମାନେ ଭାଗ ନେଇ ପୂଜା ଓ ବିସର୍ଜନ ଶାନ୍ତି ଶୃଙ୍କାଳର ସହ ହୋଇଯାଇଛି. ଥାନା ପୋଲିସ ବିସର୍ଜନ ବେଳେ ଶୃଙ୍ଖଳା ସହ ବିସର୍ଜନ ହୋଇଥିବାରୁ ପୂଜା କମିଟିକୁ ଧନ୍ୟବାଦ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ