କାଶୀନଗର ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

କାଶୀନଗର, (ରାଜେଶ କୁମାର ପଟନାୟକ):କାଶୀନଗରସ୍ତ କୋଦଣ୍ଡ ରାମ ମନ୍ଦିର ପରିସରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି. ବରିଷ୍ଠ ନାଗରିକ କଲ୍ୟାଣ ସମିତି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ରେ ସଭାପତି ହୃଷିକେଶ ଗୌଡ଼ଙ୍କ ସଭାପତିତ୍ୱ ରେ ସମ୍ପାଦକ ତଥା ସେବା ସଂସ୍ଥା ମୁଖ୍ୟ କେ ରାମାରାଓ କାଉନସିଲର ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧକ୍ଷା ଜି ତିରୁପତି ରାଓ ମୁଖ୍ୟ ଅତିଥି ବିଶିଷ୍ଟ ଅତିଥି ଆଇ ଆଇ ସି ଗୋବିନ୍ଦ ଗୌଡ଼ ବରିଷ୍ଠ ନାଗରିକ ରକମ ସତ୍ୟମ ପି ଜନାର୍ଦନ ରାଓ ପ୍ରମୁଖ ମଂଚାସୀନରେ ଆଜିର ଦିବସରେ ଆଇ ଆଇ ସି ବରିଷ୍ଠ ନାଗରିକ ମାନଙ୍କ ସାମସ୍ୟା ପ୍ରମାଣ ପତ୍ର ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ. ଜିଲ୍ଲା ପରିଷଦ ଅଧକ୍ଷା ନାଗରିକ ମାନଙ୍କ ନିମନ୍ତେ ବିନୋଦନ କେନ୍ଦ୍ର ଗୃହ ଯୋଗାଇ ଦେବା ସହ ସରକାରଙ୍କ ଯୋଜନା ଗୁଡିକ ଯେପରି ଏହି ସଙ୍ଗକୁ ମିଳିବ ଚେଷ୍ଟା କରିବା ନିମନ୍ତେ ବକ୍ତବ୍ୟ ରେ କହିଥିଲେ. ସେବା ସଂସ୍ଥା ତରଫରୁ ବରିଷ୍ଠ ସମସ୍ତ ନାଗରିକ ମାନଙ୍କୁ ଫୁଲତୋଡ଼ା ଦେଇ ସାମ୍ମନ୍ୱିତ କରା ଯାଇଥିଲା ସୁବାଷ ବିଶ୍ୱାସରୟ ରକମ ଚେଲାପତି ରାଓ ଭେଙ୍କଟ ରାଓ ଲାଲ ଦାସ ପ୍ରମୁଖ ନିଜ ନିଜର ମତ ପ୍ରତିପାଦନ କରିଥିଲେ. ଆଗାମୀ ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପ୍ରଶାସନ ତରଫରୁ ରାଲି କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ