କାଶୀନଗର ଠାରେ ଭାଗବତ ଜନ୍ମ ଜୟନ୍ତୀ ପାଳିତ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ): କାଶୀନଗର ଠାରେ ଭାଗବତ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l କାଶୀନଗର ଜଗନ୍ନାଥ ମନ୍ଦିର, ମଦନ ମୋହନ ମନ୍ଦିର, ଶ୍ରୀ ଲଷ୍ମୀ ନାରାୟଣ ଆଖଡ଼ା ତଥା ଭଜନା ମନ୍ଦିର ଠାରେ “ଶ୍ରୀମଦ ଭାଗବତ ଙ୍କ “ଜନ୍ମ ଜୟନ୍ତୀ ମହା ଆଡମ୍ବର ରେ ପାଳିତ ହୋଇଛି | ଶ୍ରୀଜଗନ୍ନାଥ ମନ୍ଦିର ର ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ ଜୀ ମହାରାଜ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ଶ୍ରୀମଦ ଭାଗବତ ଙ୍କୁ ଆବାହନ କରାଯାଇଥିଲା | ବ୍ୟାସ ମୁନି, ତଥା ଓଡ଼ିଆ ଭାଗବତ ର ରଚୟିତା ଅତିବଡ଼ି ଜଗନାଥ ଦାସ ଙ୍କୁ ସ୍ମରଣ କରାଯାଇଥିଲା |ଗଙ୍ଗା ଆବାହନ, ଆରତୀ, ଗ୍ରାମ ରେ ନାମ ସଂଜୀର୍ତ୍ତନ କରାଯାଇଥିଲା | ପରେ ଶ୍ରୀମଦ ଭଗବତ ପାରାୟଣ କରାଯାଇଥିଲା | ଲଷ୍ମୀ ନାରାୟଣ ଆଖଡ଼ା ଠାରେ ଆବାହକ ଦୁଖୀ ଶ୍ୟାମ ଲେଙ୍କା, ଜୟପୁର ମୀନକେତନ ଙ୍କ ପ୍ରତ୍ୟେକ୍ଷ ସହଯୋଗ ରେ ପାଳିତ ହୋଇଥିବା ବେଳେ ଗଗନ ଚନ୍ଦ୍ର ନାୟକ, ଅଭିଜିତ ପାତ୍ର, ମଣ୍ଟୁ )ମୋହନ ପଣ୍ଡା, ଶ୍ରୀଜଗନ୍ନାଥ ମନ୍ଦିର ରେ ଶ୍ରୀ ରମାକାନ୍ତ ପାତ୍ର ଙ୍କ ସହଯୋଗ ରେ ଶ୍ରୀମଦ ଭାଗବତ ପାରାୟଣ ହୋଇଥିଲା | ପରେ ପ୍ରସାଦ ସେବନ ସହ ଭାଗବତ ପାରାୟଣ ଶେଷ ହୋଇଥିଲା | ଏତଦ ପୂର୍ବରୁ ଭାଗବତ କୁ ପ୍ରଚାର ଓ ପ୍ରସାର ପାଇଁ ଗାଁ ଗହଳି ରେ ଭାଗବତ ଟୁଙ୍ଗି, ଆଖଡ଼ା, ଭଜନା ମନ୍ଦିର ରେ ଭାଗବତ ପାରାୟଣ ହେଉ ଥିଲା | ଏହା ସେତେବେଳେ ଏକ ଉଦ୍ୟମ ତଥା ଆନ୍ଦୋଳନ ର ରୂପ ନେଇଥୁଲା ଏବେ କମ୍ପୁଟର ଯୁଗ ସମସ୍ତଙ୍କ ହାତ ରେ ସ୍ମାର୍ଟ ଫୋନ ଯୁବକ ଓ ପିଲା ମାନେ ପଥ ଭ୍ରଷ୍ଟ ହେଉଥିବାରୁ ଶ୍ରୀ ପଦ୍ମ ଚରଣ ଦାସଜି ମହାରାଜ କ୍ଷୋଭ ପ୍ରକାଶ କରିଥିଲେ |


